ରାଜନଗର: ମାଆ ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ

Advertisment
ରାଜନଗର: ମାଆ ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ କୃଷ୍ଣନଗର ପଂଚାୟତର ପିଲଛାପାଟିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମଦେବତୀ ଶୀତଳା ଚଣ୍ଡୀ ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଲୋକଙ୍କୁ ଗାଁ ସ୍କୁଲ ଓ ନିଜ ଘରମାନଙ୍କରେ ସାଲାଇନ୍ ଓ ଔଷଧ ଯୋଗାଇ ଚିକିତ୍ସା କରାଯାଉଛି।

ସୂଚନା ମୁତାବକ ଗତକାଲି ମା’ ଦୁର୍ଗାଙ୍କ ମହାନବମୀ ତିଥିରେ ଗ୍ରାମଦେବତୀଙ୍କ ନିକଟରେ ଅପରାହ୍ନ ସମୟରେ ଚଣ୍ଡୀପାଠ ସହିତ ଭୋଗ ଅର୍ପଣ କରାଯାଇଥିଲା । ଭୋଗରେ ଚୁଡ଼ା, ଫଳ, ମିଠା, କ୍ଷୀର ଆଦି ମିଶା ଯାଇଥିଲା । ଗାଁର ୪୦ଟି ପରିବାର ମଧ୍ୟରୁ ୨୭ଟି ପରିବାରର ସମସ୍ତ ସଦସ୍ୟଙ୍କୁ ଠାକୁରାଣୀଙ୍କ ଭୋଗ ଦିଆଯାଇଥିଲା । ରାତି ପ୍ରାୟ ୯ଟା ବେଳକୁ ଭୋଗ ଖାଇଥିବା ଲୋକଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା।

ଶତାଧିକ ଲୋକ ଝାଡ଼ାବାନ୍ତି ହେବା ପରେ ସ୍ଥାନୀୟ ଆଶା ଓ ଏଏନଏମ ଆକ୍ରାନ୍ତ ଅସୁସ୍ଥ ଲୋକଙ୍କୁ ଓଆରଏସ ଓ ଔଷଧ ଦେଇଥିଲେ । କିନ୍ତୁ ଝାଡ଼ାବାନ୍ତି ନ ଥମିବାରୁ ଡାଙ୍ଗମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଆଦିତ୍ୟ କୁମାର ପ୍ରଧାନ ଗାଁରେ ପହଞ୍ଚି ଅସୁସ୍ଥ ଲୋକଙ୍କର ଚିକିତ୍ସା ଆରମ୍ଭ କରିଥିଲେ।

ଗାଁ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ଗିରି (୪୮), ତପନ ମଣ୍ଡଳ (୪୫), ରତିକାନ୍ତ ମଣ୍ଡଳ (୮୦), ଯୁଝିଆ ଡେରା (୫), ସୁଭଦ୍ରା ମଣ୍ଡଳ (୧୪), ଶ୍ରାବଣୀ ମଣ୍ଡଳ (୧୯), ଶକୁନ୍ତଳା ଭୂୟାଁ (୨୩)ଙ୍କୁ ସାଲାଇନ ଦିଆଯାଇ ଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ସେମାନଙ୍କ ଘରେ ସାଲାଇନ ଲଗାଯାଇଛି । ଅସୁସ୍ଥ ଗୁରୁତର ରୋଗୀଙ୍କୁ ଗାଁ ବିଦ୍ୟାଳୟକୁ ଅଣାଯାଉଛି । ଗାଁରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । କୋଭିଡ କଟକଣା ବେଳେ ଗାଁରେ ଭୋଗ କରାଯାଇ ଏତେ ଲୋକଙ୍କୁ କେମିତି ବଣ୍ଟାଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe