The Daily Star
ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ମାଟ୍ରିକ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କୁ ଗତକାଲି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି। ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ଏହି ଛାତ୍ରୀ ଜଣଙ୍କ ମାଟ୍ରିକ ପରୀକ୍ଷା ଦେଇ ଘରକୁ ଫେରୁଥିଲେ। ପଟ୍ଟାମୁଣ୍ଡାଇ ଥାନା ଦିହୁଡ଼ିପୁର ଅଞ୍ଚଳର ବଳିଆ ରାଉତ ତାଙ୍କୁ ଘର ଯାଏ ପିଛା କରି ଆସିଥିଲା। ଛାତ୍ରୀଙ୍କ ପରିବାର ସଦସ୍ୟ ପାଖ ଗାଁରେ ଅନୁଷ୍ଠିତ ଗୃହ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ ଛାତ୍ରୀ ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ବଳିଆ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାକୁ ନ ଜଣାଇବାକୁ ଧମକଚମକ ଦେବା ସହ ପରିବାର ସଦସ୍ୟଙ୍କ ପାଖରେ ଛାଡ଼ି ଦେବାକୁ କହି ଜୋରଜବରଦସ୍ତ ଗାଡ଼ିରେ ବସାଇ ନେଇ ଯାଇଥିଲା। ତେବେ ଅନ୍ୟ ଆଡ଼େ ଗାଡ଼ି ନେଇଯିବାରୁ ଛାତ୍ରୀ ଜଣକ ବଡ଼ ପାଟି କରିଥିଲେ। ଫଳରେ ଲୋକେ ଦୌଡ଼ି ଆସିବାରୁ ବଳିଆ ସେଠାରୁ ଚମ୍ପଟ ମାରିଥିଲା। ଛାତ୍ରୀ ଜଣକ ମହାକାଳପଡା ଥାନାରେ ଏ ସମ୍ପର୍କରେ ଏତଲା ଦେଇଥିଲେ। ପୁଲିସ ମାମଲା(୩୧/୨୦ )ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
Follow Us