Illegals Poaching: ବଜ୍ରକାପ୍ତା ବେପାରୀଙ୍କ ସମ୍ମୁଖରେ ଏସିଏଫ୍‌ଙ୍କ ଉପରେ ବର୍ଷିଲେ ଆଇଆଇସି

Advertisment

ଆଜି ଅପରାହ୍ନ ପ୍ରାୟ ୪ଟା ୫୦ରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଧନା ପାତ୍ର ଡ୍ରେସରେ ଥାଇ ରାଜନଗର ରେଞ୍ଜ କାର୍ଯ୍ୟଲୟରେ ପହଞ୍ଚିଥିଲେ।  ରେଞ୍ଜ  ଅଫିସ ଭିତରେ ଏସିଏଫ ଗଗନ ବିହାରୀ ମଲ୍ଲିକ ଓ ରେଞ୍ଜ...

ଆଜି ଅପରାହ୍ନ ପ୍ରାୟ ୪ଟା ୫୦ରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଧନା ପାତ୍ର ଡ୍ରେସରେ ଥାଇ ରାଜନଗର ରେଞ୍ଜ କାର୍ଯ୍ୟଲୟରେ ପହଞ୍ଚିଥିଲେ।  ରେଞ୍ଜ  ଅଫିସ ଭିତରେ ଏସିଏଫ ଗଗନ ବିହାରୀ ମଲ୍ଲିକ ଓ ରେଞ୍ଜ...

Rajnagar

ରାଜନଗର (ସୂର୍ଯ୍ୟନାରାୟଣ ଲେଙ୍କା): ଆଜି ଅପରାହ୍ନ ପ୍ରାୟ ୪ଟା ୫୦ରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଧନା ପାତ୍ର ଡ୍ରେସରେ ଥାଇ ରାଜନଗର ରେଞ୍ଜ କାର୍ଯ୍ୟଲୟରେ ପହଞ୍ଚିଥିଲେ।  ରେଞ୍ଜ  ଅଫିସ ଭିତରେ ଏସିଏଫ ଗଗନ ବିହାରୀ ମଲ୍ଲିକ ଓ ରେଞ୍ଜ ଅଫିସର ଚିତ୍ତ ରଞ୍ଜନ ବେହୁରା  ବଜ୍ରକାପ୍ତା କାତି ସହ ଧରାପଡିଥିବା ପଟ୍ଟାମୁଣ୍ଡାଇର ଏସ କେ ବରଖାଇତୁଲ୍ଲା, ଷଣ୍ଢପଲ୍ଲୀ ଗାଁର ଅଭିରାମ ମଲ୍ଲିକ ଓ ରାଜକିଶୋର ମଲ୍ଲିକଙ୍କୁ ଅଧିକ ତଥ୍ୟ ପାଇଁ ପଚରାଉଚରା କରୁଥିଲେ। ହଠାତ କାର୍ଯ୍ୟଲୟ ଭିତରକୁ ପଶି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ଏସିଏଫ ଓ ରେଞ୍ଜ ଅଫିସରଙ୍କ ଉପରକୁ ବର୍ଷିଥିଲେ।

ଅଭିଯୁକ୍ତଙ୍କ ସମୁଖରେ ବନ ବିଭାଗର ଦୁଇ ବରିଷ୍ଟ ଅଧିକାରୀଙ୍କ ଉପରେ ବର୍ଷିବା ସହିତ କାହିଁକି ମୋତେ ନଜଣାଇ ମୋ ଥାନା ଏରିୟାରୁ ଉଠାଇଲ, ତାଙ୍କ ପରିବାର ଲୋକେ ମିଶିଙ୍ଗ କେସ ଦେଇଛନ୍ତି। ଦିନ ସାଢେ ୧୨ଟାରୁ ୩ ଜଣଙ୍କୁ ମୋ ଥାନା ଏରିୟାରୁ ଉଠାଇଲାଣି ପୂର୍ବରୁ ଓ ପରେ କାହିଁକି ଜଣାଇଲାଣି ବୋଲି କହି ଗର୍ଜିଥିଲେ। ମ୍ଯାଡାମ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି ବୋଲି ଏସିଏଫ କହୁଥିଲେ ବି ଆଇଆଇସି ସୁଣିନଥିଲେ। ଅଭିଯୁକ୍ତମାନଙ୍କ ସମୁଖରେ ମନଇଛା ଗାଳିକରି ବାହାରି ଚାଲି ଯାଇଥିଲେ। 

ଆହୁରି ପଢ଼ନ୍ତୁ: BJD: ପଂଚାୟତ ନିର୍ବାଚନ ପ୍ରସ୍ତୁତି, ରଣକୌଶଳ ଉପରେ ବିଜେଡିର ଫୋକସ୍‌

ଉତ୍ତର ଦେଲେନି ଆଇଆଇସି

ଏ ସମ୍ପର୍କରେ ଉପସ୍ଥିତ ସାମ୍ବାଦିକମାନେ ଭିଡିଓ ଉତ୍ତୋଳନ କରିଥିଲେ। ଏସଂପର୍କରେ ଆଇଆଇସି ବନ୍ଦନା ପାତ୍ରଙ୍କୁ ଏସିଏଫଙ୍କ କାହିଁକି ବର୍ଷୁଥିଲେ ବୋଲି ପଚାରିବାରୁ କୌଣସି ଉତ୍ତର ଦେଇନାହାନ୍ତି। ରେଞ୍ଜ ଅଫିସରଙ୍କ କାର୍ଯ୍ୟଲୟ ଭିତରେ ପଶି ଆଇଆଇସିଙ୍କ ଦବଙ୍ଗଗିରି ଘଟଣାକୁ ନେଇ ବନବିଭାଗ କର୍ମଚାରୀ ଓ ଅଧିକାରୀ ମହଲରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି। ୧୯୭୨ ବନ୍ୟପ୍ରାଣୀ ଆଇନରେ ଆମେ କାହାକୁ ଗିରଫ କରିବୁ କିମ୍ବା ଉଠାଇ ଆଣିବୁ ସେ ସମ୍ପର୍କରେ ପୁଲିସକୁ ଜଣାଇବାର କୌଣସି ନିୟମ ନହିଁ। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ଆମ ଅଫିସରେ ପଶି ଅଭିଯୁକ୍ତଙ୍କ ସମୁଖରେ ବର୍ଷିବା ଘଟଣା ଡିଏଫଓଙ୍କୁ ଅବଗତ କରାଇଛୁ।  ଡିଏଫଓ ଏ ସମ୍ପର୍କରେ କେନ୍ଦ୍ରପଡା ଏସପିଙ୍କୁ ଜଣାଇଥିବା ଏସିଏଫ ଶ୍ରୀମଲ୍ଲିକ ସୂଚନା ଦେଇଛନ୍ତି। ସବୁଠୁ ବଡ କଥା ହେଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ଅନ୍ୟ ଥାନା ଅଞ୍ଚଳକୁ ଜୀବ ବେଳେ ଗ୍ରାମାଞ୍ଚଳ ଥାନା କର୍ମଚାରୀଙ୍କୁ ସାଙ୍ଗରେ ନେଇଥିଲେ ତ? ଉପରିସ୍ଥ ଅଧିକାରୀଙ୍କୁ ଅଭିଯୁକ୍ତଙ୍କ ସମୁଖରେ ବର୍ଷିବା କେତେ ଦୂର ସମୀଚୀନ ତାହା ଏବେ ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଆହୁରି ପଢ଼ନ୍ତୁ: Motor Vehicles Act: ଚାଲାଣ ନ ଭରିଲେ ଲାଇସେନ୍ସ, ପଞ୍ଜୀକରଣ ହେବନି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe