ନିରାଡ଼ମ୍ବରରେ ମା’ଙ୍କୁ ମେଲାଣି

Advertisment
ନିରାଡ଼ମ୍ବରରେ ମା’ଙ୍କୁ ମେଲାଣି

Sambad

କେନ୍ଦ୍ରାପଡ଼ା: ନା ଥିଲା ବାଜା, ବାଣର ଧୁନ୍‌ ନା ଶୋଭାଯାତ୍ରାର ପଟୁଆର। ଛାତିଥରା ଡିଜେ, ର˚ଗିନ୍‌ ଲାଇଟ୍‌ ଆଉ ଲମ୍ବା ପ୍ରସେସନ୍‌ ବଦଳରେ ହାତଗଣତି ଲୋକଙ୍କ ଉପସ୍ଥିତିରେ ସ˚ପୂର୍ଣ୍ଣ ନିରାଡ଼ମ୍ବରରେ ସରିଛି ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବ। କେନ୍ଦ୍ରାପଡ଼ାର ଗଣପର୍ବ କୁହାଯାଉଥିବା ଗଜଲକ୍ଷ୍ମୀ ପୂଜାକୁ ଧୁମଧାମ୍‌ରେ ପାଳନ କରିବା ଉପରେ ଏଥର କଟକଣାର ବାଡ଼ ପକାଇ ଦେଇଛି କରୋନା। ଯେଉଁଥି ପାଇଁ ସରକାରଙ୍କ ନିର୍ଦେଶ କ୍ରମେ କଟକଣା ଭିତରେ ସହର ଓ ଏହାର ଉପକଣ୍ଠରେ ପାଖାପାଖି ୭୦ମଣ୍ତପରେ କେବଳ ବିଧି ରକ୍ଷା ପାଇଁ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଅକ୍ଟୋବର ୩୦ତାରିଖରେ ମା’ ଧରାପୃଷ୍ଠକୁ ଆସିଥିଲେ।

publive-image Sambad

କିନ୍ତୁ ସାତ ଦିନ ପରିବର୍ତେ ଏଥର ନଅ ଦିନ ମଣ୍ତପରେ ରହିଲେ। ସପ୍ତମ ଦିନ ଗୁରୁବାର ପଡ଼ିବାରୁ ଭସାଣି ହେଇପାରିନଥିଲା। ଏଣୁ ଆଜି ସହର ଓ ଏହାର ଉପକଣ୍ଠରେ ହୋଇଥିବା ମା’ଙ୍କ ମୂର୍ତ୍ତିକୁ ବିସର୍ଜିତ କରାଯାଇଥିଲା। ବିସର୍ଜନ ପାଇଁ ନୂଆ ବସଷ୍ଟାଣ୍ତ୍‌, ବାଲାବାବା ମଠ ନିକଟ, ସାତ ଭଉଣୀ, କାକଟ ଲକ ନିକଟ, ଟାଉନବଳରାମପୁର କେନାଲ୍‌ ଆଦି ସ୍ଥାନକୁ ଚିହ୍ନଟ କରାଯିବା ପାଇଁ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଥିଲା। ଆୟୋଜକ ମଣ୍ତଳୀ ସୀମିତ ଲୋକଙ୍କ ସହିତ ଟ୍ରାକ୍ଟର‌୍‌ ଓ ଟ୍ରଲିରେ ମା’ଙ୍କୁ ଆଣି ବିସର୍ଜିତ କରିଥିଲେ। କାଁ ଭାଁ କେଉଁଠି ଘଣ୍ଟ ବାଜୁଥିବା ଦେଖିବାକୁ ମିଳିଥିଲା। ମା’ଙ୍କୁ ମେଲାଣି ଦେବା ବେଳେ କାହା ମନରେ ଉତ୍ସାହ ନ ଥିଲା। ସମସ୍ତେ ଅଶ୍ରୁଳ ଆଖିରେ ମା’ଙ୍କୁ ବିଦାୟ ଦେଇଥିଲେ।

publive-image Sambad

ମାର୍ଶାଘାଇ: ପୂଜା ଉତ୍ସବ ପରେ ମା’ଙ୍କୁ ଆଡମ୍ବରପୂର୍ଣ୍ଣ ରୋଷଣିରେ ବିଦାୟ ଦିଆଯାଉଥିଲା। ହଜାର ହଜାର ଶ୍ରଦ୍ଧାଳୁ ଭସାଣ ଉତ୍ସବରେ ସାମିଲ ହେଉଥିଲେ। ମହାମାରୀ କରୋନା ଏସବୁରେ ବ୍ୟତିକ୍ରମ ଘଟାଇଛି। କରୋନା କଟକଣା ଭିତରେ ସଂପୂର୍ଣ୍ଣ ନିରାଡମ୍ବର ଭାବେ ଭସାଣ ଶେଷ ହୋଇଛି। ଦୀର୍ଘ ୫୩ ବର୍ଷ ଭିତରେ ଏପରି ପରିସ୍ଥିତି କେବେ ଦେଖିବାକୁ ମିଳି ନ ଥିଲା। ବିନା ବାଜାବାଣ, ରୋସଣିରେ ମା’ ମେଲାଣି ନେଇଛନ୍ତି। ସବୁ ମେଢ ପୂଜାମଣ୍ତପରୁ ସିଧା ନଦୀ ଘାଟକୁ ଯାଇ ସେଠାରେ ବିସର୍ଜିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe