ଆଳି: କେବଳ ଲେଖିବା ଓ ପ୍ରକାଶନ ପାଇଁ ଲେଖିଲେ ସାହିତ୍ୟ ସୁଖପାଠ୍ୟ ହେବନାହିଁ କି ପାଠକୀୟ ଆଦୃତି ଲାଭ କରି ପାରିବ ନାହିଁ। ନିରନ୍ତର ଅଧ୍ୟୟନ ଓ ନିଷ୍ଠାପର ସାଧନାରୁ ଯେଉଁ ସାହିତ୍ୟ ସୃଷ୍ଟି ହୁଏ ତାହା ସାହିତ୍ୟିକର ସୃଷ୍ଟି ସମୁହକୁ ସମୃଦ୍ଧ କରି ଲୋକାଦୃତ ହୋଇଥାଏ ବୋଲି ଆଜି ଆଳି ସମ୍ବାଦ ସାହିତ୍ୟଘର ପକ୍ଷରୁ ଆୟୋଜିତ କବୀ ରଶ୍ମିତା ସେନାପତିଙ୍କ କବିତା ପୁସ୍ତକ "କୃଷ୍ଣଚୁଡାର ବାସ୍ନା"ର ଲୋକାର୍ପଣ ଉତ୍ସବରେ ମତପ୍ରକାଶ ପାଇଛି।
ଆଳି ସମ୍ବାଦ ସାହିତ୍ୟଘରର ଉପଦେଷ୍ଟା, ପ୍ରଚ୍ଛଦ ଶିଳ୍ପୀ ତଥା କଥାକାର ପ୍ରଫେସର ଅତୁଲ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଆଳି ଇତିହାସ ରଚୟିତା ପଣ୍ଡିତ ମହେଶ୍ବର ନନ୍ଦ ଉଦଘାଟକ,ଓଡ଼ିଶା ବିଧାନସଭାର ସଚିବ ତଥା ସାହିତ୍ୟିକ ଦାଶରଥି ଶତପଥୀ ମୁଖ୍ୟ ଅତିଥି, ସମ୍ବାଦ ସାହିତ୍ୟଘର ସଭାପତି ନିଳାଦ୍ରୀ ଭୂଷଣ ମହାପାତ୍ର ମୁଖ୍ୟବକ୍ତା,କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦର ସଂପାଦକ ସରୋଜ ମହାନ୍ତି, କୃଷି ବୈଜ୍ଞାନିକ ଧରଣୀଧର ପାତ୍ର, କବୟତ୍ରୀ ଆରାଧନା ଦାଶ ଓ କବି ତଥା ସାହିତ୍ୟ ସଂଗଠକ ପ୍ରମୋଦ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ମତ ରଖିଥିଲେ।
ଓଡ଼ିଶା ସାହିତ୍ୟ ଏକାଡେମୀ ଉପାୟନପ୍ରାପ୍ତ କଥାକାର କାଳିନ୍ଦୀ ଚରଣ ଜେନା ଓ ବରିଷ୍ଠ ନାଗରିକ ମହେଶ୍ବର ପାତ୍ର "କୃଷ୍ଣଚୁଡାର ବାସ୍ନା"ପୁସ୍ତକକୁ ଲୋକାର୍ପିତ କରିଥିଲେ। ଆଳି ହାଇସ୍କୁଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମାରୋହରେ ଗାଳ୍ପିକ ପ୍ରଦୀପ ନାୟକ "କୃଷ୍ଣଚୁଡାର ବାସ୍ନା" କବିତା ପୁସ୍ତକ "ର ସମୀକ୍ଷା କରିଥିବା ବେଳେ ଗାୟତ୍ରୀ ସ୍ବାଇଁ ସ୍ବାଗତ ଭାଷଣ, ସୁଦୀପ୍ତା ଷଢଙ୍ଗୀ ଅତିଥି ପରିଚୟ ଓ ସମ୍ବାଦ ସାହିତ୍ୟଘରର ସଂପାଦକ ସୁଶାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ନିରନ୍ତର ପଠନ ଓ ସାଧନା ସାହିତ୍ୟ ରଚନାକୁ ସମୃଦ୍ଧ କରିଥାଏ
Advertisment
Follow Us