ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ଅଧିନ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସ୍ବାଧୀନତା ଦିବସ ଅବସରରେ ଏକ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସକାଳେ ଜାତୀୟ ପତାତା ଉତ୍ତୋଳନ ଓ ପରେ ପରିଚାଳନା ଟ୍ରଷ୍ଟି ଡ.ରୁଦ୍ର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଥିବା ବସନ୍ତପୁର ଗ୍ରାମର ସମୀକ୍ଷା ମହାପାତ୍ର ଓ ନିଟ୍ ପ୍ରବେଶିକାରେ ସଫଳତା ପାଇଥିବା ନରଡା ଗ୍ରାମର ଶୁଭଲକ୍ଷ୍ମୀ ସାହୁଙ୍କୁ ବରିଷ୍ଠ ସାମ୍ବାଦିକ ନିଳୟକାନ୍ତ ମହାପାତ୍ର ଏବଂ ଛୋଟ ପରଦାର ଅଭିନେତା ମୁକ୍ତିକାନ୍ତ ମହାପାତ୍ର ମାନପତ୍ର ଉପଢୌକନ ପ୍ରଦାନ ସହ ଅଦୈତ ସ୍ମାରକୀ ଟ୍ରଷ୍ଟ ତରଫରୁ ପ୍ରତ୍ୟକଙ୍କୁ ଦଶହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଥିଲା । ଅତିଥିମାନେ ଉଭୟ ପ୍ରତିଭାଙ୍କ ଉତ୍ତରୋତ୍ତର ଉନ୍ନତି କାମନା ସହ ଉଜ୍ବଳ ଭବିଷ୍ୟତ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଅଂଚଳର ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ଆଶିଷ ମହାନ୍ତି ଓ ରବୀନ୍ଦ୍ର ମହାପାତ୍ର ଆଶୀର୍ବଚନ ପ୍ରଦାନ କରିଥିଲେ।
ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ବାଧୀନତା ଦିବସ, ପ୍ରତିଭା ସମ୍ମାନ
Advertisment
Follow Us