କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ସାମ୍ବାଦିକଙ୍କୁ ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି

Advertisment
କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ସାମ୍ବାଦିକଙ୍କୁ ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି

ପଟ୍ଟାମୁଣ୍ଡାଇ: ରାଜ୍ୟରେ ସାମ୍ବାଦିକଙ୍କ ଅବସ୍ଥା ଦିନକୁ ଦିନ ଦୟନୀୟ ଅବସ୍ଥା ଭିତରକୁ ଠେଲି ହୋଇଯାଉଛି। ଦୁଇ ଦିନ ତଳେ ବଲାଙ୍ଗୀରରେ ଖବରକାଗଜର ପ୍ରସାର ନିର୍ବାହୀ ଭାବରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କୁ ନିଶାଖୋର ଯୁବକମାନେ ନିର୍ମମ ଭାବରେ ହତ୍ୟା କରିଥିବା ବେଳେ ବୁଧବାର ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି। ସୂଚନା ଅନୁସାରେ ଖବର ପ୍ରସାରଣକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଛି।

ଏକ ଅପହରଣ ଖବର ପ୍ରସାରଣକୁ ନେଇ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଆହତ ସାମ୍ବାଦିକଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି।

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଗଣ୍ଡକିପୁର ଗ୍ରାମର ପ୍ରତାପ ଚନ୍ଦ୍ର ମହାପାତ୍ର ବଲାଙ୍ଗୀରରେ ଏକ ରହି ଏକ ଖବରକାଗଜ ପାଇଁ ପ୍ରସାର ନିର୍ବାହୀ ଭାବରେ କାମ କରୁଥିଲେ। ଘଟଣା ଦିନ ନିଶାଖୋର ଯୁବକମାନେ ପ୍ରତାପଙ୍କ ଛାତି ଓ ପେଟରେ ଛୁରୀ ଭୁସି ହତ୍ୟା କରିଥିଲେ। କିଛି ମାସ ତଳେ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଜଣେ ସାମ୍ବାଦିକ ଆକ୍ରମଣର ଶିକାର ହୋଇଥିଲେ। ଘଟଣା ଦିନ ସେ ଖବରକାଗଜ ନେଇ ଯାଇଥିବା ବେଳେ ସ୍ପଷ୍ଟ ଦିବାଲୋକରେ ଅଭିଯୁକ୍ତମାନେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe