ମତଦାନ ଆଜି : ଜାଣନ୍ତୁ କେନ୍ଦ୍ରାପଡ଼ା ଲୋକସଭା ଓ ୬ ବିଧାନସଭା କ୍ଷେତ୍ରରେ ପ୍ରମୁଖ ପ୍ରାର୍ଥୀ କିଏ? କିଏ ଦେଉଛନ୍ତି କାହାକୁ କଡା ଟକ୍କର

Advertisment
ମତଦାନ ଆଜି : ଜାଣନ୍ତୁ କେନ୍ଦ୍ରାପଡ଼ା ଲୋକସଭା ଓ ୬ ବିଧାନସଭା କ୍ଷେତ୍ରରେ ପ୍ରମୁଖ  ପ୍ରାର୍ଥୀ କିଏ?  କିଏ ଦେଉଛନ୍ତି କାହାକୁ କଡା ଟକ୍କର
ଆଜି ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ। ଏହି ପର୍ଯ୍ୟାୟରେ ଓଡ଼ିଶାରେ  ୬ଟି ଲୋକସଭା ଏବଂ ୪୧ ବିଧାନସଭା ଆସନରେ ମତଦାନ ହେଉଛି । ତେବେ ଏହି ନିର୍ବାଚନ ମଣ୍ଡଳୀଗୁଡିକ ମଧ୍ୟରେ ସବୁଠାରୁ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡ଼ା। କେନ୍ଦ୍ରାପଡ଼ାରେ ଲୋକସଭା ଆସନରୁ ପ୍ରାର୍ଥୀ ହେଉଛନ୍ତି ବିଜେପି ହେଭିିେଓ୍ଵଟ୍‌ ବୈଜୟନ୍ତ ପଣ୍ଡା ଏବଂ ବିଜେଡ଼ି ପକ୍ଷରୁ ତାଙ୍କୁ କଡ୍ଡା ଟକ୍‌କର  ଦେଉଛନ୍ତି ରାଜ୍ୟସଭା ସାଂସଦ ତଥା ଓଲିଉଡ଼୍‍ ଷ୍ଟାର୍‌ ଅନୁଭବ ମହାନ୍ତି। କଂଗ୍ରେସ ବିଶିଷ୍ଟ ଆଇନଜୀବୀ ଧରଣୀଧର ନାୟକଙ୍କୁ ଏଠାରେ ପ୍ରାର୍ଥୀ କରିଛି।
କେନ୍ଦ୍ରାପଡ଼ା ଲୋକସଭା ନିର୍ବଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ୬ଟିରେ ନିର୍ବାଚନ ହେଉଛି। ପାଟକୁରାରେ ବିଜେଡ଼ି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ଵାଲ୍‌ଙ୍କ ବିୟୋଗ ପରେ ବିଧାନସଭା ନିର୍ବାଚନ ମେ ୧୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ଓ ୨ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଦେବ୍‌ ଯଥାକ୍ରମେ କେନ୍ଦାପଡ଼ା,ମହାକାଳପଡ଼ା ଓ ଆଳିରୁ ବିଧାନସଭା ନିର୍ବାଚନ ଲଢୁଛନ୍ତି। ସେହିପରି କଂଗ୍ରେସର  ଦୁଇ ବିଧାୟକ ଅଂଶୁମାନ ମହାନ୍ତି ଓ ଦେବେନ୍ଦ୍ର ଶର୍ମା ଯଥାକ୍ରମେ ରାଜନଗର ଓ ଆଳିରୁ ପ୍ରାର୍ଥୀ ହୋଇଛନ୍ତି। କେନ୍ଦ୍ରାପଡ଼ା ଲୋକସଭା ଓ ଏଥି ଅନ୍ତର୍ଗତ ବିଧାନସଭା ମଣ୍ଡଳୀଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ୍‌ ପ୍ରଚାର କରିଛନ୍ତି ଏବଂ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହିି ଜିଲ୍ଲାରେ ନିର୍ବାଚନୀ ସଭା କରିଯାଇଛନ୍ତି।
ଆସନ୍ତୁ ଜାଣିବା ରାଜ୍ୟର ଏହି ବହୁଚର୍ଚ୍ଚିତ ନିର୍ବାଚନ କ୍ଷେତ୍ରରେ କେଉଁମାନେ ପ୍ରମୁଖ ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନୀ ରଣାଙ୍ଗନରେ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

publive-image

publive-image

publive-image

publive-image

publive-image

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe