କେନ୍ଦ୍ରାପଡ଼ା: ନାରାୟଣ ଜୁଏଲର୍ସ ପରେ ମର୍ଦ୍ଦରାଜ ଜୁଏଲର୍ସ ଲୁଟ୍‌ ଯୋଜନା ପଣ୍ତ, ଦୁଇ ଗିରଫ

ଖସିଗଲେ ପାଞ୍ଚ

କେନ୍ଦ୍ରାପଡ଼ା: ନାରାୟଣ ଜୁଏଲର୍ସ ପରେ ମର୍ଦ୍ଦରାଜ ଜୁଏଲର୍ସ ଲୁଟ୍‌ ଯୋଜନା ପଣ୍ତ, ଦୁଇ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର କେଶପୁର ବଜାର ନାରାୟଣ ଜୁଏଲର୍ସ ଲୁଟ୍‌ ପରେ ମର୍ଦ୍ଦରାଜ ଜୁଏଲର୍ସରୁ କଳାକନା ବୁଲାଇବାକୁ କରିଥିଲେ ଯୋଜନା। କେତେବେଳେ ଆଉ କିପରି ଲୁଟ୍‌ କରାଯିବ, ତାର ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ଯୋଜନା ସଫଳ ହେବା ପୂର୍ବରୁ ପୁଲିସ ହାତରେ ଧରାପଡ଼ିଗଲେ। ଟାଉନ ଥାନା ପୁଲିସ ଏଭଳି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ପାଞ୍ଚଜଣ ଫେରାର‌୍‌ ହୋଇଯାଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମାର୍ଶାଘାଇ ବ୍ଲକ୍‌ କଳାଗଡ଼ ଗାଁର ଗନ୍ଧର୍ବ ରାଉତଙ୍କ ପୁଅ କାଳନ୍ଦୀ ରାଉତ(୩୨) ଏବ˚ ଆକୁଳି ରାଉତଙ୍କ ପୁଅ ଶଙ୍କର ରାଉତ(୨୩)। ପୁଲିସ ସେମାନଙ୍କ ନିକଟରୁ ରୁପା ପାଉଁଜି, ବ୍ରେସଲେଟ୍‌ ସହ ଲୁଟ୍‌ରେ ବ୍ୟବହୃତ ବୋଲେରୋ ଗାଡ଼ି, ଭୁଜାଲି, ଶାବଳ, ରଡ୍‌ ଏବ˚ ମୋବାଇଲ୍‌ ଫୋନ୍‌ ଜବତ୍‌ କରିଛି। ଅଭିଯୁକ୍ତ ଦ୍ବୟଙ୍କ ଅନ୍ୟ ଫେରାର‌୍‌ ପାଞ୍ଚ ସହଯୋଗୀଙ୍କ ମଧ୍ୟରୁ ଜଣେ ଅନ୍ତଃରାଜ୍ୟ ଲୁଟେରା ଥିବା ଥାନାଧିକାରୀ ଜ୍ୟୋତିର˚ଜନ ସାମନ୍ତରାୟ ସୂଚନା ଦେଇଛନ୍ତି।

publive-image Sambad

ପୁଲିସ ସୂଚନାନୁଯାୟୀ, ଗତ ସେପ୍ଟେମ୍ବର ୨୮ତାରିଖ ବିଳମ୍ବିତ ରାତିରେ ନାରାୟଣ ଜୁଏଲର୍ସରୁ ଲୁଟ୍‌ ହୋଇଥିଲା। ୨୯ତାରିଖ ସକାଳେ ଦୋକାନ ସଟର‌୍‌ ତଡ଼ାଯାଇଥିବା ଦେଖିବା ପରେ ମାଲିକ ତଳବାରଙ୍ଗ ଅ˚ଚଳର ନାରାୟଣ ରାଉତ ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ ଏ ସ˚କ୍ରାନ୍ତରେ ଏକ ମାମଲା ରୁଜୁ କରି ସ˚ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତଙ୍କ ପତ୍ତା ମିଳୁନଥିଲା। ଏପଟେ କିନ୍ତୁ ଅଭିଯୁକ୍ତମାନେ ନାରାୟଣ ଜୁଏଲର୍ସ ଲୁଟ୍‌ କରିବାରେ ସଫଳ ହେବା ପରେ ମର୍ଦ୍ଦରାଜ ଜୁଏଲର୍ସରୁ କଳାକନା ବୁଲାଇବାକୁ ବଡ଼ଧରଣର ଯୋଜନା ଚଳାଇଥିଲେ।

ଗୋବରୀ ନଦୀ ପାର୍ଶ୍ବ ବାଲାବା ମଠ ନିକଟରେ ଏଥିପାଇଁ ଦୁଇଦିନ ତଳେ ବିଳମ୍ବିତ ରାତିରେ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତି ଚାଲିଥିଲା। ମାତ୍ର ପାଟ୍ରୋଲି˚ କରୁଥିବା ପୁଲିସ ଏ ସ˚ପର୍କରେ କୌଣସି ସୂତ୍ରରୁ ଖବର ପାଇ ସ୍ପେସାଲ ସ୍କାଡ୍‌ ସହ ମିଶି ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରିଥିଲା। ଅଭିଯୁକ୍ତ କାଳନ୍ଦୀ ଓ ଶଙ୍କରଙ୍କ ସମେତ ଅନ୍ୟ ପାଞ୍ଚଜଣ ଥିଲେ। ମାତ୍ର, ପୁଲିସ ଦୁଇଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ପାଞ୍ଚଜଣ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିବାରେ ସଫଳ ହୋଇଥିଲେ।

ଥାନାଧିକାରୀ ଶ୍ରୀ ସାମନ୍ତରାୟଙ୍କ କହିବାନୁଯାୟୀ, ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ଅଣାଯାଇ ଜେରା କରାଯିବା ପରେ ସେମାନେ ମର୍ଦ୍ଦରାଜ ଜୁଏଲର୍ସ ଲୁଟ୍‌ ପାଇଁ ଯୋଜନା କରୁଥିବା କଥା ମାନିଥିଲେ। ମାତ୍ର ନାରାୟଣ ଜୁଏଲର୍ସ ଲୁଟ୍‌ ଘଟଣା ସ˚ପର୍କରେ କିଛି କହି ନଥିଲେ। ଏ ସ˚ପର୍କରେ ପଚରାଯିବାରୁ ସେମାନେ ପ୍ରଥମେ ଫାଙ୍କି ଦେଇଥିଲେ। ମାତ୍ର, ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରାଯିବାରୁ ସବୁ ସତ ମାନି ଯାଇଥିଲେ। ୨୮ତାରିଖ ରାତି ୧ଟାରୁ ୨ଟା ମଧୢରେ ବୋଲେରୋ (ଓଡି-୦୫ବି-୨୮୦୧) ଗାଡ଼ିରେ ୭ ଜଣ ଆସି ସଟର‌୍‌ ତାଡ଼ି ନାରାୟଣ ଜୁଏଲର୍ସରୁ ଲୁଟ୍‌ କରିଥିବା କହିଥିଲେ।

ଯେଉଁ ବୋଲେରୋରେ ସେମାନେ ଆସିଥିଲେ, ତାହା ଅଭିଯୁକ୍ତ କାଳନ୍ଦୀର ଥିଲା। ଅନ୍ୟ ପାଞ୍ଚ ଫେରାର‌୍‌ ଅଭିଯୁକ୍ତଙ୍କ ମଧୢରୁ ତିନିଜଣଙ୍କ ଠିକଣା ମିଳିସାରିଛି। ସେମାନଙ୍କ ଘର ଯାଥକ୍ରମେ କଳାଗଡ଼, ଯାଜପୁର ଓ ସାଲେପୁର ହୋଇଥିବାବେଳେ ଅନ୍ୟ ଦୁଇଜଣଙ୍କ ବିଷୟରେ ଅଧିକ ତଥ୍ୟ ସ˚ଗ୍ରହ କରାଯାଉଛି। ଚଢ଼ାଉ ଜାରି ରହିଥିବାରୁ ଖୁବ୍‌ଶୀଘ୍ର ଏମାନଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ସାମନ୍ତରାୟ ଦୃଢେ଼ାକ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe