ଆଳି: ଆହତ ଗୋରୁଙ୍କ ପାଇଁ ଦେବଦୂତ ସାଜିଲେ ସ୍ଥାନୀୟ ଯୁବକ

Advertisment
ଆଳି: ଆହତ ଗୋରୁଙ୍କ ପାଇଁ ଦେବଦୂତ ସାଜିଲେ ସ୍ଥାନୀୟ ଯୁବକ

Oneindia

ଆଳି: କଟକ-ଚାନ୍ଦବାଲି ମୁଖ୍ୟରାସ୍ତାରେ ଦିନରାତି ଗାଈଗୋରୁଙ୍କ ଗହଳି। କ୍ରମାଗତ ଭାବେ ପ୍ରତିଦିନ ଗୁରୁତର ଦୁର୍ଘଟଣା ଘଟି କେତେବେଳେ ମଣିଷ ତ କେତେବେଳେ ଗୋରୁ ଦୁର୍ଘଟଣାର ମୃତାହତ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବି ପଦକ୍ଷେପ ନିଆଯାଉନି । ଗତକାଲି ରାତିରେ ରାସ୍ତାରେ ଦଳବାନ୍ଧି ଶୋଇଥିବା ଗୋରୁପଲ ଉପରେ ଏକ କାର୍ ମାଡିଯିବାରୁ ୩ ଟି ଗୋରୁ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ସଙ୍କଟାପନ୍ନ ଥିବା ଗୋଟିଏ ଗୋରୁର ଗୋଡ଼ ଅଧାରୁ କଟା ହୋଇଛି। ତେବେ ଲଗାମଛଡ଼ା ହୋଇ ଗୋରୁ ମାଲିକମାନେ ରାସ୍ତା ଉପରକୁ ଗୋରୁ ଛାଡ଼ିଦେଇ ବେଧଡ଼କ ରହିଥିବା ବେଳେ ଆହତ ଗୋରୁମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ନିଆଳ ଗ୍ରାମର ସ୍ବେଚ୍ଛାସେବୀ ଯୁବକମାନେ।

କଟକ-ଚାନ୍ଦବାଲି ମୁଖ୍ୟରାସ୍ତାର ଭୂଇଁପୁର ଛକ ନିକଟରେ ଗାଡ଼ି ଚଢିଯିବା ପରେ ୩ଟି ଗୋରୁ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏହି ମର୍ମନ୍ତୁଦ ଦୃଶ୍ୟ ଦେଖିବା ପରେ ନିଆଳ ଗ୍ରାମର ଗତିକୃଷ୍ଣ ମହାନ୍ତିଙ୍କ ତତ୍ତ୍ବାବଧାନରେ ଶରତ ମହାନ୍ତି, ତାପସ ମଲିକ, ରଞ୍ଜନ ମଲିକ, ପାପୁନି ମଲିକ, ଲୋକନ ମଲିକ ,ବାଦଲ ମଲିକ, ପ୍ରକାଶ ବାରିକ, ବବୁଲ ମଲିକ, କାହ୍ନା ମଲିକ ଓ ପ୍ରକାଶ ମଲିକ ପ୍ରମୁଖ ଆହତ ଗୋରୁମାନଙ୍କୁ ଉଦ୍ଧାର କରି ଟେକି ଟେକି ନେଇ ଏକ ଚାଳିଘରେ ରଖି ସେବା କରିଥିଲେ। ସ୍ବେଚ୍ଛାସେବୀ ଯୁବକମାନେ ଆହତ ଗୋରୁମାନଙ୍କୁ ଥଇଥାନ କରିବା ପରେ ଗୋ- ଚିକିତ୍ସକ ଭରତ ମିଶ୍ରଙ୍କୁ ଡକାଇ ଆହତ ଗୋରୁମାନଙ୍କର ଚିକିତ୍ସା କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe