ବ୍ରହ୍ମତାଳଧ୍ୱଜ ନିକଟରେ ନାବାଳିକାକୁ ଦୁଷ୍କର୍ମ: ପଦାରେ ପଡ଼ିଲା ସୁରକ୍ଷା ବ୍ୟବସ୍ଥା

Advertisment
ବ୍ରହ୍ମତାଳଧ୍ୱଜ ନିକଟରେ ନାବାଳିକାକୁ ଦୁଷ୍କର୍ମ: ପଦାରେ ପଡ଼ିଲା ସୁରକ୍ଷା ବ୍ୟବସ୍ଥା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଆରାଧ୍ୟ ବଳଦେବଜିଉଙ୍କ ରଥ ନିକଟରେ ଗତ ଗୁରୁବାର ସନ୍ଧ୍ୟାରେ ଜଣେ ନାବାଳିକାକୁ ଦୁଷ୍କର୍ମ ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରଥ ନିକଟରେ କଡ଼ା ପୁଲିସ ପହରା ସତ୍ତ୍ୱେ ଏଭଳି ଘଟଣା ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି। ଗତକାଲି ନାବାଳିକା ଜଣଙ୍କ ସନ୍ଧ୍ୟା ଦର୍ଶନ ପାଇଁ ଭଉଣୀ ଓ ମାଇଁଙ୍କ ସହ ମାଉସୀ ମା’ ମନ୍ଦିରକୁ ଆସିଥିଲେ। ଫେରିବା ବେଳେ ମନ୍ଦିର ନିକଟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ସେମାନେ ଅଟକି ଯାଇଥିଲେ। ତେବେ ପୀଡ଼ିତା ସେଠାରୁ କିଛି ଦୂର ଯାଇ ରଥ ନିକଟରେ ଏକାକୀ ବୁଲୁଥିବା ବେଳେ ଦିଲୀପ ହାବୁଡ଼ରେ ପଡ଼ିଥିଲା। ଦିଲୀପ ତାକୁ ସେଠାରେ ଦୁଷ୍କର୍ମ କରିଥିଲା। ନାବାଳିକାଟି ଭଉଣୀ ଓ ମାଇଁଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସେମାନେ ଥାନାରେ ଏତଲା ଦେଇଥିଲେ। ଗତକାଲି ଟାଉନ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

publive-image

ଅନ୍ୟପକ୍ଷରେ ଅପରାଧୀଙ୍କ ଉପରେ ନଜର ରଖିବା ଲାଗି ପୁଲିସ ୧୦ଟି ସିସି କ୍ୟାମେରା ଲଗାଇଛି। ପୁଲିସ ପକ୍ଷରୁ ଟେଣ୍ଟ ବି ପକାଯାଇଛି। ଏଠାରେ ଦୁଇ ଜଣ ମହିଳା କନେଷ୍ଟବଳ ବି ନିୟୋଜିତ ହୋଇଛନ୍ତି। ସେଠାରୁ କେଇ ମିଟର ଦୂରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ତମ୍ବୁ ମଧ୍ୟ ପଡ଼ିଛି। ଉଠା ଦୋକାନୀ ପସରା ମେଲାଇଛନ୍ତି। ଏହାସତ୍ତ୍ୱେ ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଦୁଷ୍କର୍ମ ଘଟଣା ଘଟିବା ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏହି ଘଟଣାରେ କିନ୍ତୁ କୌଣସି ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe