ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମଙ୍ଗଳପୁରରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଲୁଣା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ନାବାଳିକା ନିଖୋଜ ହୋଇଛନ୍ତି। ନିଖୋଜ ନାବାଳିକା ହେଲେ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗାଁର ଅଭିଲିପ୍ସା ଓରଫ ଲଭଲି ବେହେରା। ତାଙ୍କର ବୟସ ୧୪ ବର୍ଷ ଓ ସେ ନବମ ଶ୍ରେଣୀରେ ପଢ଼ୁଥିବା ଜଣାଯାଇଛି।
ଆଜି ସକାଳ ପ୍ରାୟ ୮ଟା ବେଳେ ଅଭିଲିପ୍ସା ଓ ତାଙ୍କ ସାଙ୍ଗ ରାଜଲକ୍ଷ୍ମୀ ସେଠୀ ଲୁଣା ନଦୀରେ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ହଠାତ୍ ଅଭିଲିପ୍ସାଙ୍କର ଗୋଡ଼ ଖସିଯାଇଥିଲା। ତାଙ୍କୁ ରକ୍ଷା କରିବାକୁ ଯାଇ ସାଙ୍ଗ ରାଜଲକ୍ଷ୍ମୀ ସେଠୀ ବି ବୁଡ଼ି ଯାଉଥିଲେ। ହେଲେ ନଦୀରେ ଥିବା ମହିଳାମାନେ ତାଙ୍କୁ ଉଦ୍ଧାର କରିଥିଲେ। ହେଲେ ଅଭିଲିପ୍ସାଙ୍କର କୌଣସି ପତ୍ତା ମିଳିଲା ନାହିଁ। ଏହାପରେ ସ୍ଥାନୀୟ ଲୋକେ ଅଗ୍ନଶମ ବାହିନୀକୁ ଖବର ଦେଇଥିଲେ। ଏବେ ବି ଅଗ୍ନଶମ ବାହିନୀର କର୍ମଚାରୀମାନେ ନିଖୋଜ ନାବାଳିକାଙ୍କୁ ଖୋଜୁଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
Follow Us