ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କୁହୁଡ଼ି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୩୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିଥାନ୍ତି। ହେଲେ ଚଉଦ ଦିନ ହେବ ସ୍ଥାୟୀ ଶିକ୍ଷୟିତ୍ରୀ ଜଣେ ଛୁଟିରେ ଯିବା ଫଳରେ ଏହି ସ୍କୁଲକୁ ଆଜି ଜଣେ ଶିକ୍ଷକ ତ କାଲି ଆଉଜଣେ ଶିକ୍ଷକ ବଦଳି କରି ସ୍କୁଲକୁ ଆସିଥାନ୍ତି ତ ଆଉ କେତେବେଳେ କେହି ଶିକ୍ଷକ ଆସି ନଥାନ୍ତି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ପ୍ରତିଦିନ ଭଳି ଗତକାଲି ସ୍କୁଲକୁ ଛାତ୍ରଛାତ୍ରୀମାନେ ଆସିଥିଲେ ହେଲେ ଶିକ୍ଷକ କେହି ଆସି ନଥିଲେ ପିଲାମାନେ ବାହାରେ ଖେଳୁଥିଲେ। ଯାହାଫଳରେ ଅଭିଭାବକମାନେ ସ୍କୁଲ ପାଖକୁ ଆସି ଦେଖିଥିଲେ ଯେ ଶିକ୍ଷକ କେହି ନାହାନ୍ତି। ପିଲାମାନେ ବାହାରେ ବୁଲୁଛନ୍ତି। ଏଭଳି ଘଟଣା ପ୍ରାୟ ଚଉଦ ଦିନ ହେବ ଘଟୁଛି। ଏ ସମ୍ପର୍କରେ ଶିକ୍ଷା ବିଭାଗକୁ ଜଣାଇଲେ ବି କିଛି ଫଳ ମିଳୁନାହିଁ। ତୁରନ୍ତ ସ୍ଥାୟୀ ଶିକ୍ଷକ ସ୍କୁଲରେ ଦିଅନ୍ତୁ ବୋଲି ଅଭିଭାବକମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ସଫେଇ ଦେଇଛନ୍ତି ଯେ ଜଣେ ଶିକ୍ଷକଙ୍କୁ ୧୧ ଟା ସମୟରେ ସ୍ଥାୟୀ ଭାବରେ ଚିଠି କରାଯାଇଛି।
Follow Us