ଭୋଟ୍ ଦେଲେନି ପାଟକୁରାର ୩ଟି ଗାଁର ୬୭୦ ଭୋଟର, ବାଲିକୁଦା –ଏରସମାରେ ଭୋଟ ବର୍ଜନ କରିଲେ୪୮୭ ଭୋଟର

Advertisment
ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

PHOTO-PTI

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟକୁରାର ୩ଟି ଗାଁର ପାଖାପାଖି ୬୭୦ ଜଣ ଭୋଟର ମତଦାନରୁ ଦୁରେଇ ରହିଲେ । ତେବେ ପାଟକୁରା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ଥିବା ତିନୋଟି ଗାଁର ଛଅ ଶହରୁ ଅଧିକ ଭୋଟର ଭୋଟ୍ ବର୍ଜନ କରିଛନ୍ତି । ପାଟକୁରାର ସିଙ୍ଗିଡିଆ, ଲେଖନପଡା, ପଣସୁଆପଡା ଗାଁର ପାଖାପାଖି ଛଅ ଶହରୁ ଅଧିକ ଭୋଟର ଭୋଟ ବର୍ଜନ କରିଛନ୍ତି ।
ପାଟକୁରାର ୨୮୯ ନମ୍ବର ବୁଥରେ ଏଯାଏଁ କେହି ଜଣିଏ ହେଲେବି ଭୋଟ୍ ଦେବାକୁ ଆସିନାହାଁନ୍ତି । ଅନ୍ୟପଟେ ବର ଯାତ୍ରୀ ଗାଡି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ଯୁବକଙ୍କ ପରିବାର ଲୋକଙ୍କୁ କ୍ଷତିପୁରଣ ନମିଳିବା ପର୍ଯ୍ୟନ୍ତ ଭୋଟ୍ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ଏହି ୩ଟି ଗାଁର ଲୋକେ ।
ସେପଟେ, ଜଗତସିଂହପୁର ବାଲିକୁଦା –ଏରସମା ନିର୍ବାଚନୀ ମଣ୍ଡଳୀ ଭିତରଅନ୍ଧାରୀ ଗାଁର ପାଖାପାଖି ୪ ଶହରୁ ଅଧିକ ମତଦାତା ଭୋଟ୍ ବର୍ଜନ କରିଛନ୍ତି । ଗତକାଲି ୮୭ ନମ୍ବର ବୁଥ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କ ସହ କିଛି ଯୁବକଙ୍କ ବଚସା ହୋଇଥିଲା । ତେବେ ରାତିରେ ବୁଥକୁ କିଛି ଯୁବକ ଯାଇଥିବା ବେଳେ ପୁଲିସ-ଯୁବକ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯାହାକୁ ପ୍ରତିବାଦ କରି ଆଜି ଭୋଟ୍ ବର୍ଜନ କରିଛନ୍ତି ଏହି ଗାଁର ପ୍ରାୟ ୪୮୭ ଭୋଟର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe