ରାଜନଗର: ଓଡ଼ିଶାର ଜଣେ ନାବାଳିକା ମହାରାଷ୍ଟ୍ରରୁ ଉଦ୍ଧାର ହୋଇଛନ୍ତି। ନାବାଳିକାଙ୍କୁ ଜଣେ ଓଡ଼ିଆ ଯୁବକ କୌଶଳକ୍ରମେ ଅପହରଣ କରି ମହାରାଷ୍ଟ୍ରର ସୋଲାପୁର ନେଇଯାଇଥିଲେ। ପରିବାର ଲୋକଙ୍କର ଅଭିଯୋଗ ଅନୁଯାୟୀ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ବଢ଼ାଇ ଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲା ସୌରଭ ଦାସ।
ସୋଲାପୁର ନେଇଥିଲା ଅଭିଯୁକ୍ତ
ପୁଲିସ କହିଛି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳର ଜଣେ ୧୪ ବର୍ଷିଆ ନାବାଳିକାକୁ ଗତ ମେ’ ମାସରେ ଅପହରଣ କରାଯାଇଥିଲା। ବାଲେଶ୍ଵର ଅଞ୍ଚଳର ସୌରଭ ଦାସ ନାବାଳିକାକୁ ଅପହରଣ କରି ନେଇଥିବା ନେଇ ନାବାଳିକାର ପରିବାର ଲୋକେ ଅଭିଯୋଗ କରିଥିଲେ। ତାଳଚୁଆ ସାମୁଦ୍ରିକ ଥାନାରେ କେସ ନମ୍ବର ୫୯ /୨୦୨୫ ରେ ଅପହରଣ ମାମଲା ରୁଜୁ ହୋଇଥିଲା। ଅପହରଣ ପରେ ଯୁବକ ଜଣଙ୍କ ନାବାଳିକାକୁ ନେଇ ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ରଖିଥିଲେ। ପୁଲିସ ସୂଚନା ପାଇ ଚଢାଉ କରି ନାବାଳିକାକୁ ଉଦ୍ଧାର କରିବା ସହିତ ଅପହରଣ କରିଥିବା ଯୁବକଙ୍କୁ ଗିରଫ କରିଥିଲା। ଆଜି ପୂର୍ବ ମାମଲାରେ ପୋସ୍କୋ ଦଫା ଲଗାଯାଇ ଯୁବକଙ୍କୁ କୋର୍ଟ ଚାଳାଣ କରାଯାଇଛି। ନାବାଳିକାଙ୍କୁ ତାଙ୍କ ମାଆଙ୍କୁ ଜିମା ଦିଆଯାଇଛି।
ଆହୁରି ପଢ଼ନ୍ତୁ: Ganja Smuggling: ୧୭ କୋଟି ଟଙ୍କାର ଗଂଜେଇ ଜବତ, ୩ ଗିରଫ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/29/rajnagar-2025-10-29-19-00-03.jpg)