ନଦୀରେ ବୁଡ଼ି ବୃଦ୍ଧ ମୃତ

ନଦୀରେ ବୁଡ଼ି ବୃଦ୍ଧ ମୃତ

ମହାକାଳପଡ଼ା: ମହାକାଳପଡ଼ା ବ୍ଲକ୍‌ ବରକନ୍ଧା ପଞ୍ଚାୟତ ଅନ୍ତର୍ଗତ ଗୋଜାବନ୍ଧ ଗ୍ରାମର ଜଣେ ୮୨ ବର୍ଷୀୟ ବୃଦ୍ଧ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତବ୍ୟକ୍ତି ଜଣକ ଗ୍ରାମର ଚଣ୍ଡେଶ୍ୱର ସ୍ୱାଇଁ। ଗତକାଲି ଅପରାହ୍ନ ୪ଟାରେ ସେ ନିକଟସ୍ଥ ଲୁଣା ନଦୀକୁ ଶୌଚ ପାଇଁ ଯାଇଥିଲେ। ଅସାବଧାନତା ଯୋଗୁ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି। ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ଚଣ୍ଡେଶ୍ୱରଙ୍କର ମୃତଦେହ ନଦୀରୁ ଉଦ୍ଧାର କରାଯାଇଥିଲା।ଏ ସଂକ୍ରାନ୍ତରେ ମହାକାଳପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା (କେସ୍‌ ନଂ-୧/୨୦୧୮) ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe