Honey Bee Attack: ମହୁମାଛି ଆକ୍ରମଣରେ ୯ ଆହତ, ଜଣେ ମୃତ

Advertisment

ମହୁମାଛି ଆକ୍ରମଣରେ ୯ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତୁ ହୋଇଛି। ରାଜକନିକା ଥାନା ଅନ୍ତର୍ଗତ ଜାଗୁଳାଇପଡା ପଞ୍ଚାୟତ ଜାଗୁଳାଇପଡା ଗାଁ ମୁଣ୍ଡରେ ଥିବା ସ୍କୁଲ ନିକଟରେ ଥିବା ଖେଳ ପଡିଆରେ ଥିବା ଏକ ବଉଳ ଗଛରୁ...

ମହୁମାଛି ଆକ୍ରମଣରେ ୯ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତୁ ହୋଇଛି। ରାଜକନିକା ଥାନା ଅନ୍ତର୍ଗତ ଜାଗୁଳାଇପଡା ପଞ୍ଚାୟତ ଜାଗୁଳାଇପଡା ଗାଁ ମୁଣ୍ଡରେ ଥିବା ସ୍କୁଲ ନିକଟରେ ଥିବା ଖେଳ ପଡିଆରେ ଥିବା ଏକ ବଉଳ ଗଛରୁ...

WhatsApp Image 2026-02-13 at 21.48.22

ରାଜକନିକା (ପ୍ରବୀଣ କୁମାର ବଳ): ମହୁମାଛି ଆକ୍ରମଣରେ ୯ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତୁ ହୋଇଛି। ରାଜକନିକା ଥାନା ଅନ୍ତର୍ଗତ ଜାଗୁଳାଇପଡା ପଞ୍ଚାୟତ ଜାଗୁଳାଇପଡା ଗାଁ ମୁଣ୍ଡରେ ଥିବା ସ୍କୁଲ ନିକଟରେ ଥିବା ଖେଳ ପଡିଆରେ ଥିବା ଏକ ବଉଳ ଗଛରୁ ମହୁ ମାଛି ବାହାରି ରାସ୍ତା ଦେଇ ଯାଉଥିବା ବାଟୋଇ, ଟ୍ୟୁସନ ଯାଉଥିବା ଛାତ୍ରଛାତ୍ରୀ, ପଡ଼ିଆ ନିକଟରେ ଥିବା ଲୋକ ଓ ମହିଳାଙ୍କୁ ଆକ୍ରମଣ କରିଥିଲେl ଜାଗୁଳାଇ ପଡା ଗାଁ ର ବୈଲୋଚନ ବିଶ୍ଵାଳ(୭୬) ଗାଁ ମୁଣ୍ଡ ନଳକୂପ ପାଖରେ ସ୍ନାନ ସାରି ଫେରିବା ସମୟରେ ସଂଖ୍ୟାଧିକ ମହୁମାଛି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ବିଶ୍ଵାଳ ପ୍ରଣବିକଳରେ ଦୌଡ଼ିବାକୁ ପ୍ରୟାସ କରି ମହୁମାଛିମାନଙ୍କ ଦାଉରୁ ରକ୍ଷା ପାଇଁ ନ ଥିଲେ। ସେହିଠାରେ ପଡ଼ିଯାଇଥିଲେ। ସେହି ବାଟ ଦେଇ ଯାଉଥିବା ସେହି ଗାଁର ସୁଧୀର ସାହୁ ଘରୁ ମଟର ସାଇକେଲ ଯୋଗେ ଆସୁଥିବା ସମୟରେ ସେହି ସ୍ଥାନରେ ତାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ।

ଗାଁର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ସୋନାଶ୍ରୀ ମହାନ୍ତି(୧୬) ଓ ଜଣେ ୧୦ମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ପଲାଇ(୧୬) ସେହି ବାଟଦେଇ ଯାଉଥିବା ସମୟରେ ସେମାନେ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ଅନ୍ୟଜଣେ ମାଟିଆ ଗାଁର ମହିଳା ଅର୍ଚ୍ଚନା ନାୟକ(୩୬) ମଧ୍ୟ ମହୁମାଛି ଆକ୍ରମଣରେ ଶିକାର ହୋଇଛନ୍ତି। ଅନ୍ୟଜଣେ ଆଂଶିକ ଭାବେ ମହୁମାଛି ଆକ୍ରମଣରେ ଶିକାର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: Mohan Charan Majhi: ସ୍ବର୍ଗତ ଗଙ୍ଗାଧରଙ୍କ ଘରକୁ ଯାଇ ପରିବାରବର୍ଗକୁ ସାନ୍ତ୍ବନା ଦେଲେ ମୁଖ୍ୟମନ୍ତ୍ରୀ

ଆକ୍ରମଣର ଶିକାର ହୋଇଥିବା ସମସ୍ତଙ୍କୁ ଲୋକମାନେ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ, ସେଠାରେ ବୈଲୋଚନ ବିଶ୍ୱାଳଙ୍କ ଅବସ୍ଥା ସଂକଟlପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲାl ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ନ ହେବାରୁ କଟକ ବଡ଼ ମେଡିକାଲକୁ ପଠା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରଥିଲେl ତେବେ ମହୁମାଛି ଆକ୍ରମଣର ଶିକାର ହୋଇଥିବା ଅନ୍ୟମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe