ଆମ ଥାନା କଥା; ପଦବି ଖାଲି, କ୍ବାର୍ଟର୍ସ ନାହିଁ

Advertisment
ଆମ ଥାନା କଥା; ପଦବି ଖାଲି, କ୍ବାର୍ଟର୍ସ ନାହିଁ

Sambad

ଆଳି: ବ୍ରିଟିଶ ଅମଳରୁ କାର୍ଯ୍ୟକ୍ଷମ ଆଳି ଥାନା ଏବ ୩୪ ପଞ୍ଚାୟତ ଅଧୀନ୧୩୫ ରାଜସ୍ବ ଗ୍ରାମର ଅନ୍ୟୁନ ୨ ଲକ୍ଷ ଲୋକଙ୍କୁ ସେବା ଯୋଗାଉଛି। ୮୪ ବର୍ଗ କିମି ବ୍ୟାପୀ ବିଶାଳ ଅଞ୍ଚଳ ସାଙ୍ଗକୁ ନଦୀ, ନାଳର ସ୍ଥିତି ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ପୁଲିସ ପାଇଁ ସବୁବେଳେ ପ୍ରତିବନ୍ଧକର କାରଣ ହେଉଛି। ଥାନା ଅଧୀନ ପଦନୀପାଳ ଓ ଏକମାଣିଆ ଦୁଇଟି ପଞ୍ଚାୟତ ଥାନା ଠାରୁ ୧୫ କିମି ଦୂରରେ ନଦୀ ଦ୍ବିପାଞ୍ଚଳରେ ରହିଛି।ଏ ଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସବୁବେଳେ କାଠିକର ପାଠ ହୋଇପଡୁଛି। ଥାନା ଠାରୁ ପ୍ରାୟ ୩୫ କିମି ଦୂରରେ ରହିଛି ଧୋୟାଞ୍ଚଳ ୧୦ ପଞ୍ଚାୟତର ସୀମାନ୍ତବର୍ତ୍ତୀ ଅନେକ ଗ୍ରାମ।

୨୦୧୪ ମସିହାରେ ଧୋୟାଞ୍ଚଳର ଗୋବିନ୍ଦପୁର ଠାରେ ସ୍ଥାପିତ ହୋଇଥିବା ଫାଣ୍ଡି ମାତ୍ର କିଛିଦିନ ଚାଲିବା ପରେ ବନ୍ଦ ହୋଇଯାଇଛି। ଏସବୁ ସାଙ୍ଗକୁ ଥାନାରେ ୫ ଏଏସଆଇ ବଦଳରେ ରହିଛନ୍ତି ମାତ୍ର ଜଣେ। ଏଏସଆଇ ସେହିପରି କନଷ୍ଟେବଳ ଓ ହାବିଲଦାର ପଦ ମଧ୍ୟ ଖାଲି ପଡିଛି। କ୍ବାର୍ଟର୍ସ ନ ଥିବାରୁ କର୍ମଚାରୀ ବାହାରେ ଭଡା ଘରେ ରହୁଛନ୍ତି। ଥାନା ପରିସରରେ ପାନୀୟ ଜଳର ଅଭାବ ସମସ୍ୟା ସୃଷ୍ଟି କରୁଛି। ପୁରୁଣା ଭଙ୍ଗାଘରେ ଚାଲିଛି କନଷ୍ଟେବଲ ବାରାକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe