ରାଜନୈତିକ ଆକ୍ରୋଶ: ସରପଞ୍ଚଙ୍କ ଘର ପୋଡ଼ିଦେଲେ ଦୁର୍ବୃତ୍ତ

Advertisment
ରାଜନୈତିକ ଆକ୍ରୋଶ: ସରପଞ୍ଚଙ୍କ ଘର ପୋଡ଼ିଦେଲେ ଦୁର୍ବୃତ୍ତ

ଆଳି : ରାଜନୈତିକ ଆକ୍ରୋଶରୁ ବାଳକାଟୀ ସରପଞ୍ଚଙ୍କ ଘର ପୋଡ଼ି ଦିଆଯାଇଛି। ତାଙ୍କ ନଡ଼ାଛପର ଘର ସମେତ ଭିତରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ନେଇ ସରପଞ୍ଚ ଦିବାକର ନାୟକ ଆଳି ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ନୂଆ କୋଠାଘର ନିର୍ମାଣ ଚାଲିଥିବାରୁ ସରପଞ୍ଚ ଓ ତାଙ୍କ ପରିବାର ଲୋକେ ନାଗପଡ଼ା ଠାକୁରାଣୀଙ୍କ ନିକଟରେ ଥିବା ନଡ଼ାଛପର ଘରେ ରହିଆସୁଥିଲେ। ଗତକାଲି ରାତିରେ ଏକ ବିବାହ ଉତ୍ସବରେ ସରପଞ୍ଚଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଯୋଗଦେବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ନିଆଁ ଲଗାଇ ଘର ପୋଡ଼ି ଦେଇଥିବା ସରପଞ୍ଚ ଶ୍ରୀ ନାୟକ ଆଳି ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe