ଦେଢ଼ବର୍ଷ ଧରି ବୋହୂକୁ ଦୁଷ୍କର୍ମ ଅଭିଯୋଗ

ଦେଢ଼ବର୍ଷ ଧରି ବୋହୂକୁ ଦୁଷ୍କର୍ମ ଅଭିଯୋଗ

ରାଜନଗର : କେନ୍ଦ୍ରାପଡା ରାଜନଗରରେ ରାଇରଙ୍ଗପୁର ଭଳି ଏକ ଘଟଣା ଘଟିଛି। ଜଣେ ବୃଦ୍ଧ ଶ୍ୱଶୁର ଦେଢ଼ବର୍ଷ ଧରି ନିଜର ବୋହୂଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆସିଛି। ଏ ସଂକ୍ରାନ୍ତରେ ବୋହୂ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ଅଭିଯୋଗରୁ ଜଣାପଡ଼ିଛି ଯେ,ରାଜନଗର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁର ବାସନ୍ତୀ(ଛଦ୍ମନାମ)୨ବର୍ଷ ତଳେ ଏହି ଥାନା ଅନ୍ତର୍ଗତ ବତନାଉକୋଣା ଗାଁରେ ବିବାହ କରିଥିଲେ। ବିବାହର ୬ମାସ ପରେ ବାସନ୍ତୀଙ୍କ ସ୍ୱାମୀ ହାଇଦ୍ରାବାଦ କାମ କରିବାକୁ ଚାଲିଯାଇଥିଲେ। ପୁଅ କାମ କରିବାକୁ ହାଇଦ୍ରାବାଦ ଚାଲିଯିବା ପରେ ଘରେ ବାସନ୍ତୀଙ୍କ ସହ ଶ୍ୱଶୁର ଘନଶ୍ୟାମ(ଛଦ୍ମନାମ) ଏକାକୀ ରହି ଆସୁଛନ୍ତି। ଏହାର ସୁଯୋଗ ନେଇ ଘନଶ୍ୟାମ ବୋହୂ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ସେ ରାଜି ନ ହେବାରୁ ବାସନ୍ତୀଙ୍କ ହାତ, ଗୋଡ ବାନ୍ଧି ପାଟିରେ ଗାମୁଛା ପୂରାଇ ଦୁଷ୍କର୍ମ କରିଥିଲେ। ଦୀର୍ଘ ଦେଢ ବର୍ଷ ଧରି ଏମିତି କାଣ୍ଡ ଚାଲିଥିଲା। ପ୍ରତିବାଦ କଲେ ଜୀବନକୁ ମାରି ଦେବାକୁ ଧମକ ଦେଉଥିଲେ।

ଅତ୍ୟାଚାର ଅସହ୍ୟ ହେବାରୁ ବାସନ୍ତୀ ଆଜି ବାପାଙ୍କ ସହ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ସ୍ୱାମୀଙ୍କ ସମେତ ସମ୍ପର୍କୀୟମାନଙ୍କୁ ଜଣାଇବା ପରେ ମଧ୍ୟ କେହି କିଛି ବୁଝିଲେ ନାହିଁ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।

ଏ ସଂପର୍କରେ ଆଇଆଇସି ସୁକାନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ଅଭିଯୋଗ ମିଳିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe