କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଖୁଲାସା: ବେନଜୀରଙ୍କୁ ଜେରା କଲେ ୩ ଜଣିଅା ଟିମ୍, ବ୍ୟବସାୟରେ ସହଯୋଗ କରୁଛନ୍ତି ୩ ଜଣ

Advertisment
କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଖୁଲାସା: ବେନଜୀରଙ୍କୁ ଜେରା କଲେ ୩ ଜଣିଅା ଟିମ୍, ବ୍ୟବସାୟରେ ସହଯୋଗ କରୁଛନ୍ତି ୩ ଜଣ

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସମାନ୍‌ ଅଲ୍ଲୀର ସ୍ତ୍ରୀ ବେନଜୀର ବିବିକୁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ର ୩ ଜଣିଅା ଟିମ୍ ଜେରା କରିଛି। ପଚରାଉଚରା ବେଳେ ଜଣାପଡ଼ିଛି ଯେ ବେନଜୀରଙ୍କୁ ବ୍ୟବସାୟରେ ୩ ଜଣ ବ୍ୟକ୍ତି ସହଯୋଗ କରୁଥିଲେ। ବେନଜୀର ଯେଉଁ ୩ ଜଣଙ୍କ ନାମ ନେଇଛନ୍ତି ସେମାନଙ୍କୁ ଏସଟିଏଫ୍‌ ଜୋରା କରିବ। ଏସ୍‌ଟିଏଫ୍‌ର ଜେରା ବେଳେ ସାଲାଇନ ଲଗାଇ ଟିଟୋଙ୍କ ପତ୍ନୀ ଶୋଇଥିଲେ। ବେନଜୀର କହିଛନ୍ତି, ବ୍ୟବସାୟ ପାଇଁ କାଗଜପତ୍ରରେ ମୋର ନାଁ ଥିଲା କିନ୍ତୁ ସେମାନେ ସହଯୋଗ କରୁଥିଲେ। ଟିଟୋର କେନ୍ଦ୍ରାପଡ଼ା ଦିଲାରପୁରସ୍ଥିତ ବାସଭବନରେ ଏସ୍‌ଟିଏଫ୍‌ର ଅଧିକାରୀମାନେ ଦୀର୍ଘ ଦେଢ଼ ଘଣ୍ଟା ଧରି ବେନଜୀରଙ୍କୁ ଜେରା କରିଥିଲେ। ବେନଜିରଙ୍କ କୌଣସି ବୃତ୍ତି ନଥାଇ ସେ କେମିତି ବିପୁଳ ସଂପତ୍ତିର ଅଧିକାରୀ ହେଲେ ଏନେଇ ଏସ୍‌ଟିଏଫ୍‌ ପଚରାଉଚରା କରିଛି।

ସେହିପରି ଏସ୍‌ଟିଏଫ୍‌ ଟିମ ଟିଟୋର ବିଭିନ୍ନ କାରବାର ସଂପର୍କରେ କାଗଜପତ୍ର ଯାଞ୍ଚ କରିଛି। ବେନାମି ପେଟ୍ରୋଲ ପମ୍ପ ପାଇଁ ଲାଇସେନ୍ସ କିଭଳି ମିଳିଲା ସେ ନେଇ ଖୋଳତାଡ଼ ଚାଲିଥିବା ବେଲେ ଟିଟୋର ସ୍ତ୍ରୀକୁ ଜେରା ପରେ ସିଏସ୍‌ଓ ଅଫିସ ଯାଇଛି। ଅନ୍ୟପକ୍ଷରେ ଟିଟୋଙ୍କୁ ଆଜି ଏସ୍‌ଡିଜେଏମ୍‌ ନିହାର ରଂଜନଙ୍କ କୋର୍ଟରେ ହାଜର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe