କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟସ ଉସମାନ୍ ଅଲ୍ଲୀର ଘର ଓ ତା’ର ସଂପର୍କୀୟ ୬ ଭାଇଙ୍କ ଘର, ଅଫିସ, ବାଇପାସସ୍ଥିତ ସମ୍ବଲ ଟ୍ରେଡର୍ସ, ପାରାଦୀପ ଓ କେନ୍ଦ୍ରାପଡ଼ାରେ ଚାଉଁରୀପୁରସ୍ଥିତ ପେଟ୍ରୋଲ ପମ୍ପ, ପଟ୍ଟାମୁଣ୍ଡାଇରେ ଥିବା ବାଇକ୍ ସୋ’ରୁମ, କଟକ ମହାନଦୀ ବିହାରରେ ଥିବା ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘର, ପାରାଦୀପରେ ଥିବା ବେନଜିର ଇନଫ୍ରା ପ୍ରାଇଭେଟ୍ ଲିମିଟେଡ, ବେନଜିର ଷ୍ଟିଭେଡର୍ସ ପ୍ରାଇଭେଟ୍ ଲିମିଟେଡ ଅଫିସରରେ ଶୁକ୍ରବାର କ୍ରାଇମ ବ୍ରାଞ୍ଚ ଏସଟିଏଫ ପକ୍ଷରୁ ଚଢ଼ାଉ କରାଯିବା ପରେ ଶନିବାର ଟିଟୋ ସହିତ ସଂପର୍କ ରଖିଥିବା ୨ଟି ବ୍ୟବସାୟ ପ୍ରତିଷ୍ଠାନକୁ ସିଲ କରାଯାଇଛି। ଟିଟୋର ବ୍ୟାଙ୍କ ଆକାଉଣ୍ଟସ୍କୁ ଅଚଳ କରିବା ପାଇଁ ପୁଲିସ ପକ୍ଷରୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯିବ ବୋଲି ଏସଟିଫ ଡିଆଇଜି ହିମାଂଶୁ ଲାଲ କହିଛନ୍ତି। ସେ କହିଛନ୍ତି ଏପର୍ଯ୍ୟନ୍ତ ୨୫ଟି ଗାଡ଼ି ସିଜ୍ ହୋଇଛି।
/sambad/media/post_attachments/wp-content/uploads/2018/07/kpd-300x169.jpg)
ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ବଡ଼ହାଟସ୍ଥିତ ସିମରନ ଗାରମେଣ୍ଟସ ଓ ସୟଦ ମୋବାଇଲ ଷ୍ଟୋର ଉପରେ ଚଢ଼ାଉ ହୋଇଛି। କେନ୍ଦ୍ରାପଡ଼ା ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା ଓ ଆଇଆଇସି ତପନ ନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉ ଆଜି ଅପରାହ୍ନରେ ହୋଇଛି।
ସୂଚନାଯୋଗ୍ୟ ଶୁକ୍ରବାର ଚଢଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର, ଲାପ୍ଟପ୍, ଫାଇଲ୍, ବ୍ୟାଙ୍କ୍ ଚେକ୍ ବୁକ୍, ଓଡ଼ିଶା ଓ ରାଜ୍ୟ ବହାର ବ୍ୟାଙ୍କ ଶାଖାର ଥିବା ପ୍ରାୟ ୨୦ରୁ ଅଧିକ ଜମା ଖାତା, ୨୬ଟି ହାଇଓ୍ଵା ଓ ଅନ୍ୟ ଗାଡ଼ି ଜବତ ହୋଇଛି।
Follow Us