ବାଲି ଅତଡ଼ା ଖସି ଦୁଇ ନାବାଳକଙ୍କର ମୃତ୍ୟୁ

Advertisment
ବାଲି ଅତଡ଼ା ଖସି ଦୁଇ ନାବାଳକଙ୍କର ମୃତ୍ୟୁ

କେନ୍ଦ୍ରାପଡ଼ା: ବାଲି ଅତଡ଼ା ଖସି ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ସଦର ଥାନା ଅନ୍ତର୍ଗତ ମାଗୁରା ଗଣ୍ଡପାଟଣା ଗାଁରେ ଘଟିଛି। ଏହି ଗାଁର ୩ ଜଣ ଶିଶୁ ଘର ନିକଟରେ ବାଲିଗଦା ହୋଇ ରହିଥିବାରୁ ଗାତ ଖୋଳି ଖେଳୁଥିଲୋ ହେଲେ ହଠାତ୍ ଅତଡ଼ା ଧସିଯିବାରୁ ସେମାନେ ବାଲି ଭିତରେ ପୋତି ହୋଇଯାଇଥିଲେ।

ଘର ଲୋକେ ଜାଣିବା ପରେ ବିଳମ୍ବିତ ରାତିରେ ସେମାନଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ନାବାଳକ ଦୁଇଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁଇ ନାବାଳକଙ୍କ ବୟସ ଯଥାକ୍ରମେ ୯ ଓ ୧୨ ବର୍ଷ ବୋଲି ସୂଚନା ମିଳିଛି। ଏହି ଘଟଣା ପ୍ରଚାରିତ ହେବା ପରେ ମାଗୁରା ଗଣ୍ଡପାଟଣା ଗାଁରେ ଶୋକାକୁଳ ପରିସ୍ଥିତ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe