new indian express
କେନ୍ଦ୍ରାପଡ଼ା: ଲଗାଣ ବର୍ଷା ହେଲା କାଳ। କେନ୍ଦ୍ରାପଡ଼ା ଜିଲ୍ଲାରେ କାନ୍ଥ ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ଦୁଇ ଜଣ ହେଲେ ପାଟପୁରା ଥାନା ଅନ୍ତର୍ଗତ ବଡବେତରା ଗ୍ରାମର ସନା ମହାପାତ୍ର ଓ ନିକିରାଇ ଥାନା ଅନ୍ତର୍ଗତ ବେଣୀପୁର ଗ୍ରାମର ନର୍ମଦା ପୃଷ୍ଟି।
ପାଟକୁରା ଥାନା ଅନ୍ତର୍ଗତ ବଡ଼ ବେତରା ଗାଁରେ ଏକ ଅଘଟଣ ଘଟିଛି। ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ପଡ଼ି ସନା ମହାପାତ୍ର ନାମକ ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତି ରାତିରେ ବୃଦ୍ଧଜଣଙ୍କ ଶୋଇଥିବା ଅବସ୍ଥାରେ ଏଭଳି ଘଟଣା ଘଟିଛି। ସେହିପରି ନିକିରାଇ ଥାନା ଅନ୍ତର୍ଗତ ବେଣୀପୁର ଗ୍ରାମରେ କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ୬୦ବର୍ଷୀୟା ନର୍ମଦା ପୃଷ୍ଟି।
Follow Us