ମହାକାଳପଡ଼ା: ଅଜଣା ଜନ୍ତୁର ଆକ୍ରମଣରେ ୨୮ ମେଣ୍ଢାଙ୍କ ପ୍ରାଣହାନି, ୪ ଗୁରୁତର

Advertisment
ମହାକାଳପଡ଼ା: ଅଜଣା ଜନ୍ତୁର ଆକ୍ରମଣରେ ୨୮ ମେଣ୍ଢାଙ୍କ ପ୍ରାଣହାନି, ୪  ଗୁରୁତର

ମହାକାଳପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା କଳାଗଡ଼ ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଅଜଣା ଜନ୍ତୁ ୨୮ଟି ମେଣ୍ଢାଙ୍କୁ ମାରିସାରିଛି। ଏଣେ ସେହି ଜନ୍ତୁରେ ଆଉ ୪ଟି ମେଣ୍ଢା କ୍ଷତବିକ୍ଷତ ହୋଇଥିବାର ଦେଖିବାକୁ ମିଳିଛି। ଅଜଣା ଜନ୍ତୁ ସବୁ ମେଣ୍ଢାଙ୍କ ବେକରୁ ରକ୍ତ ଶୋଷି ନେଇ ମାରି ଦେଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଯଦୁପୁର ପଞ୍ଚାୟତ କଳଗଡ଼ ଗ୍ରାମର ମହନି ଦାସ ଜଣେ ଭୂମିହୀନ। ସେ ସରକାରୀ ଜାଗାରେ ଘରଟିଏ କରି ରହୁଛନ୍ତି। ତାଙ୍କର ୮୦ଟି ମେଣ୍ଢା ଅଛନ୍ତି। ସେ ସେହି ମେଣ୍ଢା ପାଳି ନିଜର ପରିବାରର ୫ ପ୍ରାଣୀଙ୍କ ପେଟ ପୋଷିଥାନ୍ତି। ହେଲେ ଅଜଣା ଜନ୍ତୁ ତାଙ୍କର ୨୮ଟି ମେଣ୍ଢାଙ୍କୁ ମାରିସାରିବା ପରେ ଆଉ ୪ଟି ମେଣ୍ଢା କ୍ଷତବିକ୍ଷତ ହୋଇ ଗୁରୁତର ହୋଇ ପଡ଼ିଥିବା ହେତୁ ମହନି ଦାସ ଭାଙ୍ଗିପଡ଼ିଛନ୍ତି। ତାଙ୍କୁ ଘାରିଛି ପରିବାରର ଭରଣପୋଷଣ ଚିନ୍ତା।

ତେଣେ ଖବର ପାଇ ରାଜସ୍ବ ନିରୀକ୍ଷକ ଓ ପ୍ରାଣୀଧନ ନିରୀକ୍ଷକ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଏହାଛଡ଼ା ନଳଦିଆର ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଶବ ବ୍ୟବଚ୍ଛେଦ କରାଯିବା ପରେ ପ୍ରକୃତ କାରଣ ଜଣାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe