ମହାକାଳପଡ଼ାରେ ଚାଞ୍ଚଲ୍ୟ: ପୁଣି ୯ଟି ମେଣ୍ଢାଙ୍କୁ ମାରିଲା ଅଜଣା ଜନ୍ତୁ

Advertisment
ମହାକାଳପଡ଼ାରେ ଚାଞ୍ଚଲ୍ୟ: ପୁଣି ୯ଟି ମେଣ୍ଢାଙ୍କୁ ମାରିଲା ଅଜଣା ଜନ୍ତୁ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କଳାଗଡ଼ ଗାଁରେ ପୁଣି ମାତିଛି ଅଜଣା ଜନ୍ତୁ। ଗତକାଲି ବିଳମ୍ବିତ ରାତିରେ ପୁଣି ଅଜଣା ଜନ୍ତୁ ୯ଟି ମେଣ୍ଢାଙ୍କୁ ମାରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ସେହି ଜନ୍ତୁର ଆକ୍ରମଣରେ ଆଉ ୮ଟି ମେଣ୍ଢା କ୍ଷତବିକ୍ଷତ ହୋଇଥିବାର ଦେଖିବାକୁ ମିଳିଛି। ଗତକାଲି ରାତି ଗୋଟାଏ ଯାଏ କଳଗଡ଼ ଗ୍ରାମର ମହନି ଦାସ ନିଜର ମେଣ୍ଢାଙ୍କୁ ଜଗିଥିଲେ। ହେଲେ ତାପରେ ସେ ଶୋଇବାକୁ ଯାଇଥିଲେ। ଏହାପରେ ଅଜଣା ଜନ୍ତୁ ଜଘନ୍ୟ କାଣ୍ଡ ଘଟାଇଥିବା କୁହାଯାଉଛି। ଏହାକୁ ମିଶାଇ ମୋଟ ୪୧ଟି ମେଣ୍ଢା ମାରିସାରିଲାଣି ଅଜଣା ଜନ୍ତୁ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଯଦୁପୁର ପଞ୍ଚାୟତ କଳଗଡ଼ ଗ୍ରାମର ମହନି ଦାସ ଜଣେ ଭୂମିହୀନ। ସେ ସରକାରୀ ଜାଗାରେ ଘରଟିଏ କରି ରହୁଛନ୍ତି। ତାଙ୍କର ୮୦ଟି ମେଣ୍ଢା ଅଛନ୍ତି। ସେ ସେହି ମେଣ୍ଢା ପାଳି ନିଜର ପରିବାରର ୫ ପ୍ରାଣୀଙ୍କ ପେଟ ପୋଷିଥାନ୍ତି। ହେଲେ ଅଜଣା ଜନ୍ତୁ ତାଙ୍କର ୪୧ଟି ମେଣ୍ଢାଙ୍କୁ ମାରିସାରିବା ପରେ ଆଉ ୮ଟି ମେଣ୍ଢା କ୍ଷତବିକ୍ଷତ ହୋଇ ଗୁରୁତର ହୋଇ ପଡ଼ିଥିବା ହେତୁ ମହନି ଦାସ ଭାଙ୍ଗିପଡ଼ିଛନ୍ତି। ତାଙ୍କୁ ଘାରିଛି ପରିବାରର ଭରଣପୋଷଣ ଚିନ୍ତା।

ସୂଚନାଯୋଗ୍ୟ, ଗତ ରବିବାର ଦିନ ଏକ ଅଜଣା ଜନ୍ତୁ ୩୨ଟି ମେଣ୍ଢାଙ୍କୁ ମାରିଥିଲା। ଅଜଣା ଜନ୍ତୁ ସବୁ ମେଣ୍ଢାଙ୍କ ବେକରୁ ରକ୍ତ ଶୋଷି ନେଇ ମାରି ଦେଇଥିବା ଜଣାଯାଇଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe