ସ୍ବାମୀଙ୍କ ଆଗରେ ୯ ମାସର ଶିଶୁକନ୍ୟାକୁ ଧରି ଖରସ୍ରୋତା ସେତୁରୁ ନଈକୁ ଡେଇଁଲେ ସ୍ତ୍ରୀ

Advertisment
ସ୍ବାମୀଙ୍କ ଆଗରେ ୯ ମାସର ଶିଶୁକନ୍ୟାକୁ ଧରି ଖରସ୍ରୋତା ସେତୁରୁ ନଈକୁ ଡେଇଁଲେ ସ୍ତ୍ରୀ

ଆଳି: ଆଜି ଏକ ଅଭାବନୀୟ ଘଟଣାକ୍ରମରେ ସ୍ବାମୀଙ୍କ ଆଗରେ ୯ ମାସର ଶିଶୁକନ୍ୟାକୁ ଧରି ଆତ୍ମହତ୍ୟା କରିବା ପାଇଁ ଖରସ୍ରୋତା ସେତୁ ଉପରୁ ନଈକୁ ଡେଇଁ ପଡିଥିଲେ ପତ୍ନୀ। ଆଖି ସାମନାରେ ମାଆ,ଝିଅ ବୁଡ଼ି ଯାଉଥିବା ଦେଖି ଉଦ୍ଧାର ପାଇଁ ସ୍ବାମୀ ମଧ୍ୟ ନଈକୁ ଡେଇଁଥିଲେ। ତେବେ ସ୍ବାମୀ ନଈରୁ ଶିଶୁକନ୍ୟାକୁ ଜାବୁଡ଼ି ଧରି ସେ ମଧ୍ୟ ବୁଡ଼ି ଯାଇଥିଲେ। ଏହି ଘଟଣା ଦେଖି ସ୍ଥାନୀୟ ଗ୍ରାମବାସୀମାନେ ଏକ ମାଛଧରା ଡିଙ୍ଗି ଧରି ତତ୍କାଳ ନଈମଝିରେ ପହଞ୍ଚିଥିଲେ।

ନଈରେ ବୁଡ଼ି ଯାଉଥିବା ସମୟରେ ସଙ୍କଟାପନ୍ନ ଅବସ୍ଥାରେ ସ୍ବାମୀ, ସ୍ତ୍ରୀ ଓ ଝିଅଙ୍କୁ ଉଦ୍ଧାର କରିଥିଲେ। ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଅଟାଳ ପଞ୍ଚାୟତ ଖନ୍ଦୋଳ ଗ୍ରାମର ବିଶ୍ବରଞ୍ଜନ ବେହେରାଙ୍କ ପତ୍ନୀ ମୋନାଲିସା ବେହେରା। ପାରିବାରିକ କଳହରୁ ସେ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ବୁଡ଼ି ଯାଉଥିବା ୩ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆଳି ସରକାରୀ ଡାକ୍ତରଖାନାରୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe