କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

Advertisment
କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ ଗୁପ୍ତି ଗ୍ରାମପଞ୍ଚାୟତ ଅଞ୍ଚଳରେ ଶୁକ୍ରବାର ଜଣେ ମହିଳା କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଦେବେନ୍ଦ୍ର ନାରାୟଣପୁର ଗ୍ରାମର ଭବ ସିଂହ ମନୁଆଲଙ୍କ ପତ୍ନୀ ଭବାନୀ ଗାଈ ଚରାଇବାକୁ ଯାଇଥିଲେ। ଜଙ୍ଗଲରେ ଗାଈ ଚରାଉଥିବା ବେଳେ, ଏକ ନାଳ ପାରି ହେଉଥିବା ସମୟରେ ପାଣିରେ ଥିବା କୁମ୍ଭୀର ଟାଣି ନେଇଥିଲା। କିନ୍ତୁ ଜୀବନ ସହିତ ସଙ୍ଘର୍ଷ କରି ଭବାନୀ କୁମ୍ଭୀର କବଳରୁ ଖସି ଆସିଥିଲେ। ଭବାନୀଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳରେ ଭିତରକନିକା ଅଭୟାରଣ୍ୟ ଥିବାରୁ ଏଠାକୁ ସଂଯୋଗ କରୁଥିବା ନାଳରେ କୁମ୍ଭୀରମାନେ ଚଳପ୍ରଚଳ କରିଥାନ୍ତି। ଲୋକମାନେ ବାରମ୍ବାର କୁମ୍ଭୀର ଦ୍ୱାରା ଆକ୍ରମଣର ଶିକାର ହେଉଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ଏହା ୩ୟ ଘଟଣା ବୋଲି ଜଣାପଡ଼ିଛି। ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe