କରୋନା କାହାଣୀ: ବଦଳିଗଲା ବୃତ୍ତି, ଜୀବିକା

Advertisment
କରୋନା କାହାଣୀ: ବଦଳିଗଲା ବୃତ୍ତି, ଜୀବିକା

Sambad

ରାଜକନିକା: କରୋନାରେ ଅନେକ ନିଜର ଜୀବନ ଜିବୀକା ହରାଇଛି। ନିଜ ଭିଟାମାଟି ଛାଡ଼ି ଦେଶ ଭିତରେ ହେଉ ବା ବାହାରେ ରହି ପରିବାର ପାଇଁ ଦି ପଇସା ରୋଜଗାର କରି ପରିବାର ମୁହଁରେ ହସଖୁସି ଦେଖୁଥିବା ମଣିଷକୁ ଆଜି ବଦଳିବାକୁ ପଡ଼ିଛି। ଏହି କରେନାରେ କିଏ ଲାଭବାନ ହୋଇଛି ତ କିଏ ନିଜର ଜିବୀକା ବଦଳାଇ କ୍ଷତିରେ ପଡ଼ିଛି। ଏଭଳି ଜଣେ ଯୁବକ ହେଉଛନ୍ତି ପ୍ରକାଶ ପାତ୍ର(୪୨)। ଗୋଟଏ ପୁଅ ଓ ଗୋଟିଏ ଝିଅ ସହିତ ଚାରିପ୍ରାଣୀ କୁଟୁମ୍ବକୁ ନେଇ ତାଙ୍କ ପରିବାର। ୫ ବର୍ଷରୁ ଅଧିକ ଦରିଆପାରି କତାର ଦେଶର ସାହାନିୟା ସହରରେ ୟୁସିସି କମ୍ପାନୀରେ ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରୁଥିଲେ।

ସେଠାରେ ୪୦ ରୁ ୪୨ହଜାର ଟଙ୍କା ଦରମା ପାଉଥିଲେ। ଘରକୁ ୨୦ ହଜାର ଟଙ୍କା ପ୍ରତି ମାସରେ ପଠାନ୍ତି। ଏହି ଟଙ୍କାରେ ପରିବାର ବେଶ୍ ଖୁସିରେ ଚଳୁଥିଲା। ହେଲେ କରୋନା ମହାମାରୀ ତାଙ୍କଠାରୁ ଏହି ଖୁସି ଛଡ଼େଇ ନେଲା। କରୋନା ପାଇଁ ଦୀର୍ଘଦିନ ଧରି ବସି ରହିଲେ। ଖାଇବା ପିଇବା ଠିକ୍ ଭାବେ ନ ମିଳିବାରୁ ପ୍ରକାଶ ଅସୁସ୍ଥ ହୋଇ ପଡ଼ିଲେ। ଏବେ ଘର ପାଖ ଆଶୋକ ବଜାରରେ ପୂର୍ବୀ ଭେରାଇଟ୍ ଷ୍ଟୋର ନାମରେ ଏକ ରାସନ ଦୋକାନ କରି ପରିବାର ପୋଷଣ କରୁଛନ୍ତି। ରାସନ ଦୋକାନରୁ ମାସକୁ ଯେଉଁ ଆଠ ଦଶ ହଜାର ମିଳୁଛି ସେଥିରେ ତାଙ୍କ ପରିବାର କଷ୍ଟେମଷ୍ଟେ ଚଳାଇ ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe