ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

ଟାୟାର ଜାଳି ରାସ୍ତା ଅବରୋଧ

ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

ଆଳି: ଆଜି ପୂର୍ବାହ୍ନ ୧୧ଟା ବେଳେ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟସ୍ଥ କଷଣଅଣ୍ଟାରେ ଏକ ଦ୍ରୁତଗାମୀ ହାଇଓ୍ବା ଧକ୍କାରେ ଜନୈକ ବାଇକ୍ ଚାଳକ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗୋପାଳପୁର ଗ୍ରାମର ଅଭିରାମ ମଲିକଙ୍କ ପୁଅ ବଣ୍ଟି ମଲିକ ବୋଲି ଜଣାପଡିଛି।

publive-image

ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଆଳିପଟୁ ପତ୍ରପୁର ସେତୁ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଦୁର୍ଘଟଣାରେ ମୃତ ଯୁବକଙ୍କୁ କ୍ଷତିପୂରଣ ନମିଳିବା ଯାଏ ଉତ୍ତେଜିତ ଲୋକେ ଜିଦ୍ ଧରି ରାସ୍ତା ଅବରୋଧ କରି ରଖିଛନ୍ତି। ରାସ୍ତାରୋକ ଯୋଗୁଁ ଶହଶହ ଯାନବାହନ ଉଭୟ ପଟ୍ଟାମୁଣ୍ଡାଇ ଓ ଆଳି ପଟୁ ରାସ୍ତାରେ ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe