କୁମ୍ଭୀର କବଳରୁ ରକ୍ଷା ପାଇଲେ ଯୁବକ

Advertisment
କୁମ୍ଭୀର କବଳରୁ ରକ୍ଷା ପାଇଲେ ଯୁବକ

ପଟ୍ଟାମୁଣ୍ଡାଇ: କୁମ୍ଭୀର କବଳରୁ ରକ୍ଷା ପାଇଲେ ଯୁବକ। ଏହି ଘଟଣା ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁର ଶାସନ ପଞ୍ଚାୟତର ଅରାଜି ବାବୁରୁ ଗାଁର ବାହାନା ଭୂୟାଁ ନଦୀକୂଳରେ ଶୌଚ ହେବା ସମୟରେ ଏକ କୁମ୍ଭୀର ତାଙ୍କର ବାମ ଗୋଡ଼କୁ ଟାଣି ନଦୀ ଭିତରକୁ ନେଇଥିଲା। ପରେ ସେ କୁମ୍ଭୀର ସହ ଲଢ଼େଇ କରିବା ସହ ପାଟି କରିଥିଲେ। ଏହାପରେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe