ବଡ଼ଭାଇକୁ ପିଟି ମାରିଦେଲା ସାନଭାଇ

ବଡ଼ଭାଇକୁ ପିଟି ମାରିଦେଲା ସାନଭାଇ

photo by : timesofindia

ରାଜକନିକା : ଘରୋଇ କଳିର ଭୟାନକ ପରିଣତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ। ନିଜ ବଡ଼ଭାଇକୁ ବାଡ଼େଇ ବାଡ଼େଇ ମାରି ଦେଇଛି ସାନଭାଇ। ଥାନାରେ ଆତ୍ମସମର୍ପଣ କରି ନିଜ ଦୋଷ ସ୍ୱୀକାର କରିଛି। ରାଜକନିକା ଥାନା ଅନ୍ତର୍ଗତ ବାଘବୁଦା ନୂଆସାହିର ବାବନ ସେଠୀ(୪୦) ଓ ତାଙ୍କ ସାନଭାଇ କାଶୀନାଥ(୩୬)ଙ୍କ ମଧ୍ୟରେ ପୂର୍ବରୁ ଏକାଧିକ ଥର ଘରୋଇ କଳିକୁ ନେଇ ସ୍ଥାନୀୟ ଥାନାରେ ଆପୋଷ ସମାଧାନ କରାଯାଇଛି। ଆଜି ଅପରାହ୍ନ ୪ଟାରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ବାବନଙ୍କଠାରୁ ନିଜକୁ ରକ୍ଷା କରିବାକୁ ଯାଇ କାଶୀନାଥ ନୃସଂଶ ଭାବେ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe