ଖରସ୍ରୋତା ପୋଲ ଉପରୁ ଛାତ୍ରୀ ନିଖୋଜ

Advertisment
ଖରସ୍ରୋତା ପୋଲ ଉପରୁ ଛାତ୍ରୀ ନିଖୋଜ

ରାଜକନିକା: କଟକ-ଚାନ୍ଦବାଲି ରାସ୍ତାର ଖରସ୍ରୋତା ପୋଲ ଉପରୁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ପୋଲ ଉପରେ ତାଙ୍କ ବ୍ୟାଗ୍‌ ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ସେ ନଦୀକୁ ଡ଼େଇଁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏ ନେଇ ଛାତ୍ରୀଙ୍କ ମା’ ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି। ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସଂସାରଫଳର ତେତଲେଙ୍ଗା ପାଟଣା ଗାଁର ନିହାରୀକା ବେହେରା (୧୯) ଓଳାଭର କଲେଜରେ +୩ରେ ପାଠ ପଢନ୍ତି। ଅପରାହ୍ନରେ ଖରସ୍ରୋତା ପୋଲ ଉପରେ ତାଙ୍କ ବ୍ୟାଗ୍‌, ଡାଏରୀ, ପରିଚୟ ପତ୍ର ଥୁଆ ହୋଇଥିବା ଦେଖି ବାଟରେ ଯାଉଥିବା ଲୋକେ ଦେଖିଥିଲେ। ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲାବେଳେ ପରିଚୟ ପତ୍ରରେ ତାଙ୍କ ଫଟୋ ନଥିବା ଦେଖିବାକୁ ମିଳିଥିଲା । ଏରାଜକନିକା ପୁଲିସ୍‌ ଘଟଣା ସ୍ଥଳରେ ତଦନ୍ତ କରିି ଫେରିଥିଲେ ମଧ୍ୟ ଛାତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe