ଚର୍ଚ୍ଚାରେ କେନ୍ଦ୍ରାପଡ଼ା ନୂତନ ଜିଲ୍ଲାପାଳ

Advertisment
ଚର୍ଚ୍ଚାରେ କେନ୍ଦ୍ରାପଡ଼ା ନୂତନ ଜିଲ୍ଲାପାଳ

ଆଶୀର୍ବାଦ ଭରା ଶବ୍ଦ ୮୦ ବର୍ଷ ଅପେକ୍ଷାର ଅନ୍ତ ଘଟିବା ପରର। ପାଟିରୁ ମିଠା ମିଠା କଲ୍ୟାଣ କଲେକ୍ଟରଙ୍କ ଉପରେ ଅଜାଡ଼ି ଦେଲେ ସରକାରୀ ଯୋଜନାର ଲାଭାର୍ଥୀ ହୋଇଥିବା ଜଣେ ବୃଦ୍ଧା। ଘରେ ଟିକେ ବିଜୁଳି ଜାଳିବା ପାଇଁ ବର୍ଷ ବର୍ଷ ଧରି ଏ ଅଫିସରୁ ସେ ଅଫିସ, ଆକୁ ତାକୁ ଗୁହାରି କରୁଥିଲେ ବି କେହି ଶୁଣୁନଥିଲେ। କିନ୍ତୁ କେନ୍ଦ୍ରାପଡ଼ାର ନୂଆ ଜିଲ୍ଲାପାଳ ଭାବେ ସୂର୍ଯ୍ୟବଂଶୀ ମୟୂର ବିକାଶ ଦାୟିତ୍ୱ ନେଉ ନେଉ ଏହି ବୃଦ୍ଧ ଦମ୍ପତିଙ୍କ ଦୁଃଖ ଶୁଣିଲେ ଆଉ ମାତ୍ର ୨୪ ଘଣ୍ଟା ଭିତରେ ୮୦ ବର୍ଷର ଅନ୍ଧାରକୁ ଅନ୍ତ କରି ଉଭୟଙ୍କ ଜୀବନରେ ଆଲୋକ ଭରିଦେଲେ । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ।

ପଟ୍ଟାମୁଣ୍ଡାଇ ଖଡିଅଣ୍ଟା ପଞ୍ଚାୟତର ବାବାଜୀ ମଲ୍ଲିକ। ବୟସ ୮୦ ଟପିଲାଣି, ବୃଦ୍ଧବସ୍ଥାରେ ରୋଗ ସାଙ୍ଗକୁ ଭିନ୍ନକ୍ଷମର ଜଞ୍ଜାଳରେ ଦହଗଞ୍ଜ ହେଉଛନ୍ତି। ମାଟି ଅଗଣାରେ ନିଜ ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ଦିନ କାଟୁଛନ୍ତି। ବଞ୍ଚିବାକୁ ସଂଘର୍ଷ କରୁଥିବାବେଳେ ଆଲୁଅ ପାଇଁ ଆଉଟୁପାଉଟୁ ହେଉଥିଲେ, କେତେ ବାବୁ କେତେ ଅଫିସରେ ଯାଇ ଗୁହାରି କରିଛନ୍ତି ଯେ କହିଲେ ନସରେ। କିନ୍ତୁ କେହି କେବେ ବାବାଜୀଙ୍କ ଦୁଃଖକୁ ଶୁଣିନଥିଲେ । ଶେଷରେ ନୂଆ ଜିଲ୍ଲାପାଳଙ୍କୁ ଦେଖାକରି ଦୁଃଖ ଜଣାଇଲେ ଆଉ ମାତ୍ର ୨୪ ଘଣ୍ଟାରେ ସମସ୍ୟାର ସମାଧାନ କଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ।
ଲୋକଙ୍କ ପାଖରେ କିଭଳି ଉତ୍ତମ ସେବା ପହଞ୍ଚିବ ତାହା ଜିଲ୍ଲା ପ୍ରଶାସନର ଲକ୍ଷ୍ୟ । ଅସହାୟ ଗରିବଙ୍କ ପାଖରେ ଅଧିକରୁ ଅଧିକ ସରକାରୀ ଯୋଜନା ପହଞ୍ଚାଇବା ମୋର ଏବଂ ମୋ ଟିମର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ବିଭିନ୍ନ ସମୟରେ ସରକାରୀ ସୁବିଧାରୁ ଗରିବ ଅସହାୟ ବଞ୍ଚିତ ହେବାର ନଜିର ରହିଛି । କିନ୍ତୁ ଜଣେ ଭଲ ପ୍ରଶାସକ ହିଁ ଦରିଦ୍ରଙ୍କ ଦୁଃଖକୁ ବୁଝିପାରିବ। ସେହିଭଳି କେନ୍ଦ୍ରାପଡ଼ାର ନୂଆ ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe