ରାଜକନିକା: ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତସ୍ଥିତ କପିଳେଶ୍ୱର ମନ୍ଦିରରେ ଆଜି ଅଘଟଣ ଘଟିଛି। ମହାଶିବରାତ୍ରୀ ପାଇଁ ଦୀପ ଜାଳୁଥିବା ବେଳେ ଜଣେ ମହିଳା ପୋଡ଼ି ହୋଇ ଗୁରୁତର ହୋଇ ପଡ଼ିଛିନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ରମେଶ ନାୟକଙ୍କ ପତ୍ନୀ ଦେବକୀ ଆଜି ସନ୍ଧ୍ୟାରେ ଦେଉଳତରା ବାବା କପିଳେଶ୍ୱର ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ମନ୍ଦିରରେ ଦୀପ ଦାନ କରୁଥିବା ବେଳେ ଶାଢୀରେ ନିଅାଁ ଲାଗିଯାଇଥିଲା। ତାଙ୍କ ଗୋଡ଼ ପୋଡ଼ି ଯାଇଛି। ତାଙ୍କୁ ପ୍ରଥମେ କଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।
ଶିବରାତ୍ରୀରେ ଅଘଟଣ : ଦୀପ ନିଅାଁରେ ମହିଳା ଗୁରୁତର
Advertisment
Follow Us