କେନ୍ଦୁପାଲି ଛପନ ପ୍ରହରୀ ନାମଯଜ୍ଞ: ଦ୍ବିତୀୟ ଦିବସରେ ଚାରଣ ପାର୍ଥସାରଥୀ ମହାନ୍ତିଙ୍କ ଦିବ୍ୟ ପ୍ରବଚନ

ପାତାଳୀ ଶ୍ରୀକ୍ଷେତ୍ର ଭଜନ ସମାରୋହ, ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼

କେନ୍ଦୁପାଲି ଛପନ ପ୍ରହରୀ ନାମଯଜ୍ଞ: ଦ୍ବିତୀୟ ଦିବସରେ ଚାରଣ ପାର୍ଥସାରଥୀ ମହାନ୍ତିଙ୍କ ଦିବ୍ୟ ପ୍ରବଚନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗ୍ରାମରେ ଛପନ ପ୍ରହରୀ ବିଶ୍ଵଶାନ୍ତି ନାମଯଜ୍ଞର ଦ୍ବିତୀୟ ଦିବସରେ ପଦ୍ମଶ୍ରୀ ଚତୁର୍ଭୁଜ ମେହେରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି। ଏହି ଅବସରରେ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ବନାମଧନ୍ୟ ପ୍ରବଚକ ଚାରଣ ପାର୍ଥସାରଥୀ ମହାନ୍ତି ଭାଗବତ କଥା ପ୍ରବଚନ ପ୍ରଦାନ କରିଥିଲେ। ବ୍ୟାସ ଭାବରେ ବିଶିଷ୍ଟ ପୁରାଣ ଗାୟକ ଅସିତ୍ ଷଡ଼ଙ୍ଗୀ ପୁରୁଣା ପାଠ କରିଥିଲେ। ପାତାଳୀ ଶ୍ରୀକ୍ଷେତ୍ରକୁ ଭଜନ ଗ୍ରୁପ ଦ୍ବାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

publive-image

ପରିଚାଳନା ସମ୍ପାଦକ ତ୍ରିଲୋଚନ (ମାନା) ମେହେର, କମିଟି ସଭାପତି ତଥା କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ପତି, ମୁଖ୍ୟ ସମ୍ପାଦକ ଶ୍ବାମ ସୁନ୍ଦର ସେଠୀ, ସମ୍ପାଦକ ନବକୃଷ୍ଣ ମେହେର, ବରିଷ୍ଠ ଉପଦେଷ୍ଟା ତାତ ମେହେର, ବଳରାମ ମେହେର,ସୈ।ମିତ୍ରି ମେହେର, ଲିଙ୍ଗ ରାଜ ମେହେର, ସଂପାଦକ ବାଚସ୍ପତି ପଣ୍ଡା, ପରେଶ ମେହେର, ଧର୍ମେନ୍ଦ୍ର ମେହେର, ପିତାମ୍ବର ମେହେର, ରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ, ବରିଷ୍ଠ ଉପସଭାପତି ବିଷ୍ଣୁ ଚରଣ ପଣ୍ଡା, ଶ୍ୟାମସୁନ୍ଦର ସେଠୀ, ସଂଯୋଜକ ଯୁଗଳ କିଶୋର ମିଶ୍ର, ପଣ୍ଡିତ ରାମକୃଷ୍ଣ ପଣ୍ଡା, ଭିକାରୀ ପଣ୍ଡା, ବାମନ ପଣ୍ଡା, ମଧୁସୂଦନ ରଥ, ସଦାନନ୍ଦ ପଣ୍ଡା, ମଧୁସୂଦନ ରଥ ଓ ଅନ୍ୟାନ୍ୟ ପଣ୍ଡିତମାନେ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ। ମିନାବଜାର ସାଙ୍ଗକୁ ପ୍ରାୟ ୨୦ ହଜାର ଭକ୍ତ ଦର୍ଶନ କରିବା ସହ ପ୍ରସାଦ ସେବନ କରୁଥିବାର ଦେଖିବାକୁ ମିଳୁଛି। ଆଜି ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe