ଧକ୍କା ଦେଲା ଟ୍ରକ୍‌, ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସ୍‌ପି

Advertisment
ଧକ୍କା ଦେଲା ଟ୍ରକ୍‌, ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସ୍‌ପି

କେନ୍ଦୁଝର: ସଡ଼କ ଦୁର୍ଘଟଣାରୁ ଗୁରୁବାର କେନ୍ଦୁଝର ଏସ୍‌ପି ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତୁରୁମୁଙ୍ଗା ଥାନାର ଝାରବେଡ଼ା ଛକରେ ନିକଟ ଏକ ଟ୍ରକ୍‌ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ଗାଡ଼ିକୁ ଧକ୍କା ଦେଇଛି। ଏସ୍‌ପି ଶ୍ରୀ ମହାପାତ୍ରଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କର କିଛି ହୋଇ ନଥିବା ଜଣାପଡ଼ିଛି। ଘଟନା ପରେ ପୁଲିସ ସଂପୃକ୍ତ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରିପୋର୍ଟ ଅନୁସାରେ ଏସ୍‌ପି ଶ୍ରୀ ମତ୍ରଭାନୁ ଆଜି ତୁରୁମୁଙ୍ଗା ପୁଲିସ ଷ୍ଟେସନ୍‌ ପରିଦର୍ଶନରେ ଯାଉଥିଲେ। ଝାରବେଡ଼ା ଛକ ନିକଟରେ ପହଞ୍ଚିବା ପରେ ବିପରୀତ ଦିଗରୁ ଆସୁଥିବାଏ୍‌ ଟ୍ରକ୍‌ ଏସ୍‌ପିଙ୍କ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାରର କାରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ଏସ୍‌ପି ଶ୍ରୀ ମିତ୍ରଭାନୁ ସୁରକ୍ଷିତ ଅଛନ୍ତି। ପୁଲିସ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଗାଡ଼ିର ଚାଳକ ଓ ହେଲପର ଥାନାରେ ଅଟକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe