ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ

Advertisment
ପତ୍ନୀହନ୍ତାକୁ ଦଶବର୍ଷ ଜେଲ୍‌

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ (ପୋକ୍ସୋ) ଅଦାଲତ ବିଚାରପତି ବିଜୟ କୁମାର ମିଶ୍ର ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ କୁନା ଓରଫ କୁଲୁ ମୁଣ୍ଡାକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ୍‌। ୨୦୧୮ ମେ ୨୩ ତାରିଖ ରାତିରେ ତୁରୁମୁଙ୍ଗା ଥାନା ଅଞ୍ଚଳର ନାବାଳିକାଙ୍କ ଭାଇ ଅଭିଯୁକ୍ତ କୁଲୁ ଘରେ ମୋବାଇଲ ଫୋନ୍‌ ଚାର୍ଜରେ ବସାଇଥିଲେ। ମୋବାଇଲ ଫୋନ୍‌ ଆଣିବା ପାଇଁ ନାବାଳିକା ଜଣକ କୁଲୁ ଘରକୁ ଯାଇଥିଲେ। ଫେରିବା ସମୟରେ ନାବାଳିକାଙ୍କୁ ଅଭିଯୁକ୍ତ କୁଲୁ ଟେକି ନେଇ ଦୁଷ୍କର୍ମ କରିଥିଲା।

ଏନେଇ ନାବାଳିକାଙ୍କ ପରିବାର ଲୋକେ ଏତଲା ଦେବା ପରେ ତୁରୁମୁଙ୍ଗା ଥାନାରେ କେସ୍‌ ନମ୍ବର ୬୦/୨୦୧୮ରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ୧୫ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ ତଦନ୍ତକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe