ଅଙ୍ଗାର ବୋଝେଇ ଗାଡ଼ି ଜବତ, ଦୁଇ ଗିରଫ

Advertisment
ଅଙ୍ଗାର ବୋଝେଇ ଗାଡ଼ି ଜବତ, ଦୁଇ ଗିରଫ

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅନ୍ତର୍ଗତ ଘସିପୁରା ବାଇପାସ୍‌ର ମା ମଙ୍ଗଳା ହୋଟେଲ ନିକଟରୁ ବନ ବିଭାଗ ଏକ ଅଙ୍ଗାର ବୋଝେଇ ଗାଡ଼ି ଜବତ କରିଛି। ବେଆଇନ ଅଙ୍ଗାର ଚାଲାଣ ଅଭିଯୋଗରେ ଦୁଇଜଣକୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଧର୍ମଶାଳା ଥାନା ଭଡ଼ଙ୍ଗ ଗ୍ରାମର ଅରକ୍ଷିତ ଘଡ଼େଇ ଓ ବ୍ରହ୍ମବରଦା ଥାନା କୁନ୍ଦାପାଟଣା ଗ୍ରାମର ଶରଣ ସାହୁ। ଗତକାଲି ରାତି ୯ଟା ବେଳେ ଖବର ପାଇ ଆନନ୍ଦପୁର ଡେପୁଟି ରେଞ୍ଜର ନବକିଶୋର ନାୟକ, ଫରେଷ୍ଟର ଅନନ୍ତ ଚରଣ ପରିଡ଼ା, ଚଢ଼ଉ କରି ‌ଅଙ୍ଗାର ବୋଝେଇ ଗାଡ଼ିକୁ ଜବତ କରିଥିଲେ। ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe