ରସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ; ୨ ମୃତ, ଜଣେ ଗୁରୁତର

Advertisment
ରସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ; ୨ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଟାଉନ ଥାନ ଧୂର୍ପଦା ନିକଟରେ ୨୦ ନଂ ଜାତୀୟ ରାଜପଥରେ ଟ୍ରକ ଧକାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ୨ ଜଣ ବ୍ୟକ୍ତି ଏକ ଦୋକାନ ନିକଟରେ ଛିଡା ହୋଇଥିବା ସମୟରେ ଭାରସାମ୍ୟ ହରାଇ ଏକ ଟ୍ରକ ମାଡ଼ିଯିବାରୁ ଦୁର୍ଘଟଣା ଘଟିଥିଲା।

ଟକ୍‌ଟି ଏକ ବାଇକକୁ ଧକ୍କା ଦେବାରୁ ବାଇକଟି ଜଳିପୋଡ଼ି ନଷ୍ଟ ହୋଇଯାଇଛି । ପୁଲିସର କହିବା ଅନୁଯାୟୀ ଗାଡ଼ିଟି ପ୍ରଥମେ ତାପସ ନାଏକ ନାମକ ଜଣେ କିନ୍ନରକୁ ଧକା ଦେଇ ପଳାଇ ଯାଉଥିବା ସମୟରେ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ଏକ ବାଇକ ଉପରେ ମାଡି ଯାଇଥିଲା । ଏଥିରେ ବାଇକରେ ଥିବା ଲାଲମୋହନ ବେହେରାଙ୍କ ସମେତ ତାପସ ନାଏକଙ୍କ ମୃତ୍ୟୁ ହୋଇଛି।

ବାଇକରେ ଥିବା ଅନ୍ୟ ଜଣେ ଆରୋହୀ ବାପି ବେହେରା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ସନ୍ଧ୍ୟା ହେବା ପରେ ବିଭିନ୍ନ ରାଜପଥରେ କିନ୍ନର ମାନଙ୍କ ପଦୂର୍ଭାବ ଦିନକୁ ଦିନ ବଢ଼ିଚାଲିିଥିବା ବେଳେ ସେମାନେ ବିଭିନ୍ନ ଗାଡ଼ି ମୋଟରକୁ ଅଟକାଉ ଥିବାବେଳେ ଏହି ଦୁର୍ଘଟଣା ମଧ୍ୟ ସେହି କାରଣରୁ ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe