ଜମାଖାତାରୁ ୨ ଲକ୍ଷ ୨୯ ହଜାର ଗାଏବ

Advertisment
ଜମାଖାତାରୁ ୨ ଲକ୍ଷ ୨୯ ହଜାର ଗାଏବ

ଚମ୍ପୁଆ: ଚମ୍ପୁଆର ଅଜିତ କୁମାର ରାମ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨ ଲକ୍ଷ ୨୯ ହଜାର ଟଙ୍କା ଗାଏବ ହୋଇଯାଇଛି। ଏନେଇ ସେ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି। ଅଜିତଙ୍କ ଚମ୍ପୁଆସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖାରେ ଏକ ଆକାଉଣ୍ଟ ରହିଛି। ଉକ୍ତ ଆକାଉଣ୍ଟରେ ୨ ଲକ୍ଷ ୨୯ ହଜାର ୬ ଶହ ଟଙ୍କା ଜମା ଥିଲା। ସେ ଗତକାଲି ୧୨.୫୦ ସମୟରେ ଆମାଜନ୍‌ ପେ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ଉଦ୍ୟମ କରିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ।

ଏନେଇ ସେ ତୁରନ୍ତ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକ ସେବାକେନ୍ଦ୍ରକୁ ଫୋନ୍‌ କରି ଜଣାଇଥିଲେ। ତାଙ୍କ ଆକାଉଣ୍ଟରୁ ୧୨ ତାରିଖ ଅପରାହ୍‌ଣ ୫.୪୦ରେ ୨ ଲକ୍ଷ ୨୯ ହଜାର ଟଙ୍କା ଉଠାଣ ହୋଇଥିବା ଗ୍ରା‌ହକ ସେବାକେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ଅଭିଯୋଗ ପରେ ଚମ୍ପୁଆ ଥାନା ପକ୍ଷରୁ ତାଙ୍କ ଆକାଉଣ୍ଟକୁ ଲକ୍ କରିବାପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। କିଏ ଓ କେମିତି ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଛି ତା’ର ତଦନ୍ତ ଚାଲିଥିବା ଥାନା ଅଧିକାରୀ ତ୍ରିନାଥ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe