ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

ନାବାଳିକା ଅସଦାଚରଣ ମାମଲାରେ ଦୁଇ ଅଭିଯୁକ୍ତ ଦଣ୍ଡିତ

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଆଜି ଏକ ଦୁଷ୍କର୍ମ ମାମଲାରେ ଚମ୍ପୁଆ ଥାନା କାଞ୍ଜିଆଶୁଳା ଗ୍ରାମର ପ୍ରକାଶ ଚନ୍ଦ୍ର ନାଏକ(୩୪) କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦାୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ମଧ୍ୟ ସୁପାରିସ କରିଛନ୍ତି।

ମାମଲାର ବିବରଣୀ ଅନୁସାରେ ସଂପୃକ୍ତ ନାବାଳିକା ଏକ ହାଇସ୍କୁଲ ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଟେଷ୍ଟ ପରୀକ୍ଷା ସରିବା ପରେ ୨୦୧୯ ଜାନୁଆରି ୮ ତାରିଖରେ ଘରକୁ ଆସିଥିଲାବେଳେ ୯ ତାରିଖରେ ନିଖୋଜ ହୋଇଯାଇଥିଲେ। ଝିଅକୁ ଖୋଜାଖୋଜି କରି ନପାଇବାରୁ ତାଙ୍କ ବାପା ସଦର ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ତଦନୁଯାୟୀ ସଦର ପୁଲିସ ୨୪/୧୯ ନମ୍ବରରେ ମାମଲା ରୁଜୁ କରି ତଦନ୍ତ କରି ପୀଡ଼ିତାଙ୍କୁ ଅଭିଯୁକ୍ତର ଗ୍ରାମରୁ ଉଦ୍ଧାର କରିଥିଲା। ଅଭିଯୁକ୍ତ ପ୍ରକାଶ ତାଙ୍କୁ ଅପହରଣ କରି ୭ ଦିନ ଧରି ଦୁଷ୍କର୍ମ କରିଥିଲା ବୋଲି ନାବାଳିକା ଜଣକ ବୟାନ ଦେଇଥିଲେ। ୨୦୧୯ ଜାନୁଆରି ୩୧ରେ ପ୍ରକାଶକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏହି ମାମଲାରେ ୧୧ ଜଣଙ୍କ ସାକ୍ଷ୍ୟପ୍ରମାଣକୁ ଆଧାର କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe