ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୨ ଲକ୍ଷ ୧୨ ହଜାର ଟଙ୍କା

Advertisment
ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୨ ଲକ୍ଷ ୧୨ ହଜାର ଟଙ୍କା

ଘଟଗାଁ: ଘଟଗାଁ ମା’ ତାରିଣୀ ମନ୍ଦିରର ହୁଣ୍ଡି ଗଣତି କରାଯାଇଛି। ଦେବୋତ୍ତର ବିଭାଗର ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାୟକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୁଲିସ କର୍ମଚାରୀ ମଦନ ମୋହନ ପୂର୍ତ୍ତିଙ୍କ ଉପସ୍ଥିତରେ ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ମୋଟ ୧୩ଟି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା।

ଅବନୀ କୁମାର ଜେନା, ତରଣୀସେନ ରାଉତ, ଶରତ କୁମାର ବେହେରା, ହରେକୃଷ୍ଣ ପଲେଇ, ମହେଶ୍ୱର ସାହୁ, ଶ୍ରୀକାନ୍ତ ଦେହୁରୀ, ଅରୁଣ କୁମାର ନାଏକ, ନବୀନ ମହାନ୍ତ, ବାଲ୍ମୀକି ବଳ, ପ୍ରଦୀପ କୁମାର ନାଏକ, ନାରାୟଣ ମୁଖୀ, ଚନ୍ଦ୍ରା ମୁଖୀ, ହରିହର ମହାନ୍ତ, ନକୁଳ ବେଜ, ବାବୁଲି ସା, ଏସ୍‌ବିଆଇ କର୍ମଚାରୀ ପାୟଲ ମଲ୍ଲିକ ଓ ସିପୁନ ସାହୁ ଗଣିତ କାର୍ଯ୍ୟ କରିଥିଲେ। ୨୨ ଲକ୍ଷ ୧୨ ହଜାର ୫୪୦ ଟଙ୍କା, ସୁନା ୮୯ ଗ୍ରାମ ୦୮୦ ମିଲିଗ୍ରାମ, ରୁପା ୧ କେଜି ୨୯ ଗ୍ରାମ ୬୪୦ ମିଲିଗ୍ରାମ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe