ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୨ ଲକ୍ଷ

ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୨ ଲକ୍ଷ

commons.wikimedia.org

ଘଟଗାଁ: ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି। ଦେବୋତ୍ତର ବିଭାଗର ସମ୍ବଲପୁର ଡିଭିଜନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୁଲିସ ଏଏସ୍‌ଆଇ ଉପେନ୍ଦ୍ର କୁମାର ନାଏକ ଓ ମଦନ ମୋହନ ପୂର୍ତ୍ତିଙ୍କ ଉପସ୍ଥିତିରେ ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ୧୩ଟି ହୁଣ୍ଡି ଖୋଲା ଯାଇଥିଲା।

ମନ୍ଦିର କର୍ମଚାରୀ ଅବନି ଜେନା, ଶରତ ବେହେରା, ହରେକୃଷ୍ଣ ପଲେଇ, ମହେଶ୍ୱର ସାହୁ, ରଞ୍ଜନ ସାହୁ, ଅରୁଣ କୁମାର ନାୟକ, ଶ୍ରୀକାନ୍ତ ଦେହୁରୀ, ନବୀନ ମହାନ୍ତ, କାଳନ୍ଦୀ ମହାନ୍ତ, ତୁଷାରକାନ୍ତ ରାଉତ, ଲକ୍ଷ୍ମୀଧର ମହାନ୍ତ, ଦେବଦତ୍ତ ବଳ, ସନାତନ ନାଏକ, ତରଣୀସେନ ରାଉତ, ତୁଷାରକାନ୍ତ ରାଉତ, ହରିହର ମହାନ୍ତ, ନାରାୟଣ ମୁଖୀ, ଚନ୍ଦନ ବେହେରା, ଚକ୍ରଧର ନାଏକ, ବିଷ୍ଣୁଚରଣ ନାଏକ, ସନିଆ ମୁଖୀ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କର୍ମଚାରୀ ପାୟଲ ମଲ୍ଲିକ ଓ ସିପୁନ ସାହୁ ପ୍ରମୁଖ ଉପସ୍ଥିତ ରହି ଟଙ୍କା ଗଣତି କରିଥିଲେ। ହୁଣ୍ଡିରୁ ୨୨ ଲକ୍ଷ ୫୩ ହଜାର ୧୮, ୪୬ ଗ୍ରାମ ୯୬୦ ମିଲିଗ୍ରାମ ସୁନା ଏବଂ ୩୯୫ ଗ୍ରାମ ୭୨୦ ମିଲିଗ୍ରାମ ରୁପା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe