ସରକାରୀ ଛାତ୍ରୀନିବାସ ‘ଅନ୍ୱେଷା’ର ୨୪ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Advertisment
ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କେନ୍ଦୁଝର: ଡିଡି କଲେଜ ନିକଟସ୍ଥ ଅନ୍ୱେଷା ସରକାରୀ ଛାତ୍ରୀନିବାସରେ ଡାଇରିଆରେ ଅନେକ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ବିଶେଷକରି ଝାଡ଼ାବାନ୍ତି ଏବଂ ଜରରେ ଗୁରୁତର ହୋଇ ୨୪ ଜଣ ଛାତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ଛାତ୍ରୀମାନଙ୍କ ବୟସ ୧୦ରୁ ୧୨ବର୍ଷ ବୋଲି ସୂଚନା ମିଳିଛି। ଗତକାଲି ସେମାନେ ସକାଳୁ ହଷ୍ଟେଲରେ ଭାତ ଏବଂ ଡାଲମା ଖାଇ ସ୍କୁଲକୁ ଯିବା ପରେ ପ୍ରାର୍ଥନା ସମୟରେ ଅସୁସ୍ଥ ଅନୁଭବ କରିଥିଲେ। ପରେ ସେମାନଙ୍କୁ ବିଦ୍ୟାଳୟ କତ୍ତୃପକ୍ଷ ପ୍ରାଥମିକ ଚିକିତ୍ସା କରିଥିଲେ।

କିନ୍ତୁ ପରେ ପରେ ଝାଡ଼ାବାନ୍ତି ବଢ଼ିବା ସହ ମୁଣ୍ଡବିନ୍ଧା ଏବଂ ଜର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏବେ ସମସ୍ତ ଛାତ୍ରୀ ଚିକିତ୍ସିତ ହେଉଛନ୍ତି। ସେହିପରି ଡାକ୍ତରଖାନାରେ ମଧ୍ୟ ଚିକିତ୍ସାରେ ଅବହେଳା କରାଯାଉଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe