ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୪ ଲକ୍ଷ

ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୪ ଲକ୍ଷ

ଘଟଗାଁ: ମା’ ତାରିଣୀଙ୍କ ହୁଣ୍ଡି ଗଣତି କରାଯାଇଛି। ସମ୍ବଲପୁର ଦେବୋତ୍ତର ବିଭାଗ ଡିଭିଜନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ମଦନ ମୋହନ ପୂର୍ତ୍ତି, ନଳିନୀ ମହାନ୍ତ, ଶ୍ରୀନିବାସ ବେହେରା ପ୍ରମୁଖ ଉପସ୍ଥିତ ରହି ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ୧୩ଟି ହୁଣ୍ଡି ଖୋଲିଥିଲେ।

ମନ୍ଦିରର ବରିଷ୍ଠ କର୍ମଚାରୀ ଅବନୀ ଜେନା, ଶରତ ବେହେରା, ହରେକୃଷ୍ଣ ପଲେଇ, ମହେଶ୍ୱର ସାହୁ, ରଞ୍ଜନ ସାହୁ, ଅରୁଣ କୁମାର ନାୟକ, ଶ୍ରୀକାନ୍ତ ଦେହୁରୀ, ନବୀନ ମହାନ୍ତ, କାଳନ୍ଦୀ ମହାନ୍ତ, ତୁଷାରକାନ୍ତ ରାଉତ, ଲକ୍ଷ୍ମୀଧର ମହାନ୍ତ, ଦେବଦତ୍ତ ବଳ, ପରମେଶ୍ୱର ବଳ, ସନାତନ ନାଏକ, ତରଣୀସେନ ରାଉତ, ତୁଷାରକାନ୍ତ ରାଉତ, ହରିହର ମହାନ୍ତ, ନାରାୟଣ ମୁଖୀ, ଗଗନ ବେହେରା, ପୀତାମ୍ବର ଗିରି, ଚକ୍ରଧର ନାଏକ, ସନିଆ ମୁଖୀ ପ୍ରମୁଖ ଗଣତି କରିଥିଲେ। ଯୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଯଶୋବନ୍ତ ନାରାୟଣ ନାଏକ, ଆଦର୍ଶ ଅଭିଷେକ ମହାନ୍ତି, ପ୍ରଦୀପ କୁମାର ନାଏକ, ଶିଖା ସ୍ୱଲିପ୍ତା ପାଢ଼ୀ ଉପସ୍ଥିତ ଥିଲେ। ହୁଣ୍ଡିରୁ ୨୪ ଲକ୍ଷ ୧୬ ହଜାର ୪୩୭ ଟଙ୍କା, ୩୮ ଗ୍ରାମ ୪୬୦ ମିଲିଗ୍ରାମ ସୁନା, ୧ କେଜି ୩୨୪ ଗ୍ରାମ ୭୮୦ ମିଲିଗ୍ରାମ ରୁପା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe