ଘଟଗାଁ: ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି। ସମ୍ବଲପୁର ଦେବୋତ୍ତର ବିଭାଗ ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ମଦନ ମୋହନ ପୂର୍ତ୍ତି, ନଳିନୀ ମହାନ୍ତ, ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ୧୩ଟି ହୁଣ୍ଡି ଖୋଲା ଯାଇଥିଲା। ମନ୍ଦିରର ବରିଷ୍ଠ କର୍ମଚାରୀ ଅବନୀ ଜେନା, ଶରତ ବେହେରା, ହରେକୃଷ୍ଣ ପଲେଇ, ମହେଶ୍ୱର ସାହୁ, ରଞ୍ଜନ ସାହୁ, ଅରୁଣ କୁମାର ନାୟକ, ଶ୍ରୀକାନ୍ତ ଦେହୁରୀ, ନବୀନ ମହାନ୍ତ, କାଳନ୍ଦୀ ମହାନ୍ତ, ତୁଷାରକାନ୍ତ ରାଉତ, ଲକ୍ଷ୍ମୀଧର ମହାନ୍ତ, ଦେବଦତ୍ତ ବଳ, ପରମେଶ୍ୱର ବଳ, ସନାତନ ନାଏକ, ତରଣୀସେନ ରାଉତ, ହରିହର ମହାନ୍ତ, ନାରାୟଣ ମୁଖୀ, ଗଗନ ବେହେରା, ଚକ୍ରଧର ନାଏକ, ସନିଆ ମୁଖୀ ଟଙ୍କା ଗଣତି କରିଥିଲେ।
ଢେଙ୍କିକୋଟ ଯୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଯଶୋବନ୍ତ ନାରାୟଣ ନାଏକ, ପ୍ରଦୀପ କୁମାର ନାଏକ, ଶିଖା ସ୍ୱଲିପ୍ତା ପାଢ଼ୀ ଉପସ୍ଥିତ ଥିଲେ। ହୁଣ୍ଡିରୁ ୨୪ ଲକ୍ଷ ୮୦ ହଜାର ୯୧୯ ଟଙ୍କା, ୪୨ ଗ୍ରାମ ୪୪୦ ମିଲିଗ୍ରାମ ସୁନା, ୬୯୫ ଗ୍ରାମ ୯୪୦ ମିଲିଗ୍ରାମ ରୁପା ମିଳିଛି।
Follow Us