ଘଟଗାଁ: ଘଟଗାଁ ମା’ ତାରିଣୀ ମନ୍ଦିରର ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି। ସମ୍ବଲପୁର ଦେବୋତ୍ତର ବିଭାଗର ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୁଲିସ ଏଏସ୍ଆଇ ଉପେନ୍ଦ୍ର କୁମାର ନାଏକ, ମଦନ ମୋହନ ପୂର୍ତ୍ତିଙ୍କ ଉପସ୍ଥିତିରେ ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ୧୩ଟି ହୁଣ୍ଡି ଖୋଲା ଯାଇଥିଲା। ମନ୍ଦିର କର୍ମଚାରୀ ଅବନି ଜେନା, ଶରତ ବେହେରା, ହରେକୃଷ୍ଣ ପଲେଇ, ମହେଶ୍ୱର ଦେହୁରୀ, ମହେଶ୍ୱର ସାହୁ, ରଞ୍ଜନ ସାହୁ, ଅରୁଣ କୁମାର ନାୟକ, ଶ୍ରୀକାନ୍ତ ଦେହୁରୀ, ନବୀନ ମହାନ୍ତ, କାଳନ୍ଦୀ ମହାନ୍ତ, ତୁଷାରକାନ୍ତ ରାଉତ, ଲକ୍ଷ୍ମୀଧର ମହାନ୍ତ, ଦେବଦତ୍ତ ବଳ, ସନାତନ ନାଏକ, ତରଣୀସେନ ରାଉତ, ତୁଷାରକାନ୍ତ ରାଉତ, ହରିହର ମହାନ୍ତ, ନାରାୟଣ ମୁଖୀ, ଚନ୍ଦନ ବେହେରା, ଚକ୍ରଧର ନାଏକ, ବିଷ୍ଣୁ ଚରଣ ନାଏକ, ସନିଆ ମୁଖୀ, ଷ୍ଟେଟ୍ ବ୍ୟାଙ୍କ ଇଣ୍ଡିଆ କର୍ମଚାରୀ ପାୟଲ ମଲ୍ଲିକ ଓ ସିପୁନ ସାହୁ ପ୍ରମୁଖ ଉପସ୍ଥିତ ରହି ଗଣତି କରିଥିଲେ।
ହୁଣ୍ଡିରୁ ୨୪ ଲକ୍ଷ ୧୪ ହଜାର ୯୨୨ ଟଙ୍କା, ୫୯ ଗ୍ରାମ ୨୨୦ ମିଲିଗ୍ରାମ ସୁନା, ୧ କେଜି ୬୨୮ ଗ୍ରାମ ୬୩୦ ମିଲିଗ୍ରାମ ରୁପା ମିଳିଛି।
Follow Us