ମା ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୭ ଲକ୍ଷ

ପଣା ସଂକ୍ରାନ୍ତି ପାଇଁ ଘଟଗାଁ ତାରିଣୀ ପୀଠରେ ଭକ୍ତଙ୍କ ଭିଡ଼

The News Insight

ଘଟଗାଁ: ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି। ଦେବୋତ୍ତର ବିଭାଗର ଡିଭିଜନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ଶ୍ରୀନିବାସ ବେହେରା, ନଳିନୀ ମହାନ୍ତ ଓ ମଦନ ମୋହନ ପୂର୍ତ୍ତିଙ୍କ ଉପସ୍ଥିତରେ ୧୩ଟି ହୁଣ୍ଡି ଖୋଲା ଯାଇଥିଲା।

ମନ୍ଦିର କର୍ମଚାରୀ ଅବନି ଜେନା, ଶରତ ବେହେରା, ହରେକୃଷ୍ଣ ପଲେଇ, ମହେଶ୍ୱର ସାହୁ, ରଞ୍ଜନ ସାହୁ, ଅରୁଣ କୁମାର ନାୟକ, ଶ୍ରୀକାନ୍ତ ଦେହୁରୀ, ନବୀନ ମହାନ୍ତ, କାଳନ୍ଦୀ ମହାନ୍ତ, ତୁଷାରକାନ୍ତ ରାଉତ, ଲକ୍ଷ୍ମୀଧର ମହାନ୍ତ, ଦେବଦତ୍ତ ବଳ, ସନାତନ ନାଏକ, ତରଣୀସେନ ରାଉତ, ତୁଷାରକାନ୍ତ ରାଉତ, ହରିହର ମହାନ୍ତ, ନାରାୟଣ ମୁଖୀ, ଚନ୍ଦନ ବେହେରା, ପୀତାମ୍ବର ଗିରି, ଚକ୍ରଧର ନାଏକ, ନାରାୟଣ ମୁଖୀ  ପ୍ରମୁଖ ଉପସ୍ଥିତ ରହି ଗଣତି କରିଥିଲେ। ହୁଣ୍ଡିରୁ ୨୭ ଲକ୍ଷ ୯୦ ହଜାର ୭୭୯ଟଙ୍କା, ୧୪୪ ଗ୍ରାମ ୧୭୦ ମିଲିଗ୍ରାମ ସୁନା, ୧ କେଜି ୮୮୫ ଗ୍ରାମ ୫୦୦ ମିଲିଗ୍ରାମ ରୁପା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe