ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାରେ ଆଉ ୩ ଅଟକ

Advertisment

ମୃତକଙ୍କ ପରିବାରକୁ ଭେଟିଲେ ଜୟଦେବ

ମୃତକଙ୍କ ପରିବାରକୁ ଭେଟିଲେ ଜୟଦେବ

ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାରେ ଆଉ ୩ ଅଟକ

argusnews

ହାଟଡିହି: କେନ୍ଦୁଝର ଜିଲ୍ଲା କେ. ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ ହତ୍ୟା ଘଟଣାକୁ ୫ଦିନ ପୂରିଛି। ହେଲେ ପୁଲିସ ଅପରାଧୀଙ୍କ ପାଖରେ ପହଞ୍ଚି ପାରିନାହିଁ। ଏହି ହତ୍ୟା ଘଟଣାରେ ସୋସୋ ଥାନା ପୁଲିସ ଗତକାଲି ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ଗତକାଲି ଆଉ ତିନିଜଣଙ୍କୁ ଆଣି ଅଟକ ରଖିଥିବା ଜଣାପଡ଼ିଛି। କେନ୍ଦୁଝର ଅତିରିକ୍ତ ଏସ୍‌ପି, କେନ୍ଦୁଝର ଏସ୍‌ଡିପିଓ ଓ ଆନନ୍ଦପୁର ଏସ୍‌ଡିପିଓ ସୋସୋ ଥାନାରେ ପହଞ୍ଚି ଅଟକ ଲୋକଙ୍କୁ ଜେରା କରୁଛନ୍ତି। ପୂର୍ବରୁ ପୁଲିସ ଘଟଣାସ୍ଥଳରୁ ଏକ ଦୁଇହଳ ଜୋତା ଓ ଗୋଟିଏ ଠେଙ୍ଗା‌ ଜବତ କରିଥିଲା। ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ତେବେ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କ’ଣ ଓ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ସମ୍ପର୍କରେ କିଛି ଜଣାପଡ଼ିନି।

ଅନ୍ୟପକ୍ଷରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପଢ଼ିଆରିପଲ୍ଲୀ ଗ୍ରାମକୁ ଯାଇ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ପୁଲିସ ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାକୁ ସେ ଦାବି କରିଛନ୍ତି। ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଅଲେଖ ଚନ୍ଦ୍ର ମଲ୍ଲିକ, ଗୟାଧର ଦିଅ, ପ୍ରିୟବ୍ରତ ନାୟକ, ଗଜେନ୍ଦ୍ର ପାତ୍ର, ଶତ୍ରୁଘ୍ନ ବେହେରା, ଶିଶିର ରାଉତ, ପୂର୍ଣ୍ଣଚନ୍ଦ୍ର ପାତ୍ର, ସତ୍ୟବ୍ରତ ଜେନା, ମାନସ ଜେନା, ସୌମ୍ୟରଞ୍ଜନ ପହି, ବିଶ୍ୱଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe